ଚତୁର୍ଥ ଭାରତୀୟ ଜାତୀୟ ବିଜ୍ଞାନ ଉତ୍ସବରେ ସୋଆ ଗବେଷକ ଯୁବ ବିଜ୍ଞାନୀ ଭାବେ ସମ୍ବର୍ଦ୍ଧିତ

Published By : Prameya-News7 Bureau | October 12, 2018 IST

ଭୁବନେଶ୍ୱର୧୨/୧୦ : ଲଖନଉରେ ଅନୁଷ୍ଠିତ ଚତୁର୍ଥ ଭାରତୀୟ ଜାତୀୟ ବିଜ୍ଞାନ ଉତ୍ସବରେ ଆୟୋଜିତ ଯୁବ ବୈଜ୍ଞାନିକ ସମ୍ମିଳନୀରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ଯୁବ ଗବେଷକ ତଥା ପିଏଚ୍ଡି ସ୍କଲାର ଶ୍ରୀ ବିଭୁପ୍ରସାଦ ପଣ୍ଡା ଯୁବ ବୈଜ୍ଞାନିକ ଭାବେ ସମ୍ବର୍ଦ୍ଧିତ ହୋଇଛନ୍ତି । ସୋଆ ଅଧିନସ୍ଥ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ଠାରେ ପରିବେଶ ବିଜ୍ଞାନର ଛାତ୍ର ଶ୍ରୀ ପଣ୍ଡା “ଜୈବ ବିବିଧତା ଏବଂ ପରିବେଶ” ପ୍ରସଙ୍ଗରେ ତୃତୀୟ ପୁରସ୍କାର ପାଇଛନ୍ତି । ଏସିଆର ସବୁଠାରୁ ବଡ ପ୍ଲାଟଫର୍ମ ଭାବେ ପରିଚିତ ଭାରତୀୟ ଜାତୀୟ ବିଜ୍ଞାନ ଉତ୍ସବରେ ଛାତ୍ରଛାତ୍ରୀ, ଗବେଷକ, ଶିଳ୍ପୀ ଏବଂ ସାଧାରଣ ଜନତା ଏକାଠି ହୋଇ ବିଜ୍ଞାନ କ୍ଷେତ୍ରରେ ଦେଶର ସଫଳତାକୁ ନେଇ ଉତ୍ସବ ପାଳନ କରିଥାନ୍ତି । ଏହି ଉତ୍ସବରେ ୨୦୦୦ ପ୍ରତିନିଧି ଯୋଗ ଦେଇଥିବାବେଳେ ପ୍ରାୟ ତିନୋଟି ପ୍ରସଙ୍ଗରେ ପ୍ରାୟ ୬୦୦ ଜଣ ନିଜର ସନ୍ଦର୍ଭ ଉପସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମ କେନ୍ଦ୍ର ସରକାରଙ୍କର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ, ଆର୍ଥ ସାଇନ୍ସେସ୍ ମନ୍ତ୍ରଣାଳୟ ଏବଂ ବିଜ୍ଞାନ ଭାରତୀର ମିଳିତ ଆନୁକୂଲ୍ୟରେ ଲଖନଉ ସ୍ଥିତ ଇନ୍ଦିରା ଗାନ୍ଧୀ ପ୍ରତିଷ୍ଠାନରେ ଅକ୍ଟୋବର ୫ ରୁ ୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.