LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପାନୀୟ ଜଳ ସମସ୍ୟା, ମାଠିଆ ଧରି ଜିଲ୍ଲା ପରିଷଦ ବୈଠକକୁ ଆସିଲେ ୨ ସଦସ୍ୟା

21/04/2023 at 3:10 PM

ବଲାଙ୍ଗୀର ୨୧।୪: ଶୁକ୍ରବାର ବଲାଙ୍ଗୀରରେ ଚତୁର୍ଥ ଜିଲ୍ଲା ପରିଷଦ ବୈଠକ ବସିଛି । ସ୍ଥାନୀୟ ହୋଟେଲ ମ୍ୟାନେଜମେଣ୍ଟ ସଭାଗୃହରେ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି । ବୈଠକରେ ରାଜ୍ୟସଭା ଏମପି, ବିଧାୟକ, ଜିଲ୍ଲାପାଳ ଓ ବିଭିନ୍ନ ବିଭାଗ ଅଧିକାରୀ ଯୋଗଦେଲେ । ତେବେ ପାନୀୟ ଜଳ ସମସ୍ୟାକୁ ନେଇ ଅଭିନବ ଢଙ୍ଗରେ ବୈଠକକୁ ଆସିଲେ ବେଲପଡା ବ୍ଲକ୍‌ର ଦୁଇ ଜିଲ୍ଲା ପରିଷଦ ସଦସ୍ୟା ।

୨୬ ନମ୍ବର ଜୋନର ସଦସ୍ୟା ଅନିମା ଦାସ ଓ ୨୫ ନମ୍ବର ଜୋନର ସଦସ୍ୟା ଶବ୍ଦ ନିର୍ଧା । ଅଞ୍ଚଳରେ ହେଉଥିବା ପାନୀୟ ଜଳ ସମସ୍ୟାକୁ ଜଣାଇବା ପାଇଁ ବୈଠକକୁ ମାଠିଆ ନେଇ ଆସିଲେ ଦୁଇ ସଦସ୍ୟା । ତେବେ ବେଲପଡା ବ୍ଲକରେ ପାନୀୟ ଜଳଯୋଗାଣ ବ୍ୟବସ୍ଥା ଫେଲ୍ ମାରିଥିବା ବେଳେ ଯୋଜନା ପାଇଁ ଆସୁଥିବା ଟଙ୍କା ହରିଲୁଟ୍ କରାଯାଉଥିବା ସହ ଲୋକ ଖରାମାସରେ ପାଣି ମୁନ୍ଦାଏ ପାଇଁ ଡ଼ହଳ ବିକଳ ହେଉଥିବା ଅଭିଯୋଗ ଆଣି ଏଭଳି ନିଆରା ଢଙ୍ଗରେ ବୈଠକରେ ଦୁଇ ଜିଲ୍ଲା ପରିଷଦ ସଦସ୍ୟା ଯୋଗ ଦେଇଛନ୍ତି ।

   Related Posts