ଚତୁର୍ଥ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିଆରା ପ୍ରୟାସ: ସର୍ବତ ବିକ୍ରି କରି ମୃତ୍ତିକା ସଂରକ୍ଷଣ ବିଭାଗକୁ ଦେଲେ ଟଙ୍କା

Published By : Prameya-News7 Bureau | October 10, 2022 IST

ରାଉରକେଲା ୧୦/୧୦: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରର ଚତୁର୍ଥ ଶ୍ରେଣୀ ଛାତ୍ରଛାତ୍ରୀମାନେ ବିଶ୍ୱ ପରିବେଶ ସୁରକ୍ଷା ନେଇ ମହାନତା ଦେଖାଇଛନ୍ତି। ଏବେ ସମସ୍ତେ ପରିବେଶ ସୁରକ୍ଷା ନେଇ  ଚିନ୍ତିତ ଥିବାବେଳେ ମୂର୍ତ୍ତିକା ସଂରକ୍ଷଣକୁ ନେଇ କୁନିକୁନି ପିଲା ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି। ସ୍ଥାନୀୟ ମହିଳା ମହାବିଦ୍ୟାଳୟ ଆଗରେ ଚତୁର୍ଥ ଶ୍ରେଣୀର ଛାତ୍ରଛାତ୍ରୀମାନେ ଷ୍ଟଲ ଲଗାଇ ଲୋକଙ୍କୁ ଲେମ୍ବୁ ସର୍ବତ ବିକି ଟଙ୍କା ସଂଗ୍ରହ କରିଥିଲେ। ସର୍ବତ ବିକ୍ରିରେ ଛାତ୍ରଛାତ୍ରୀମାନେ ଗୋଟିଏ ଦିନରେ ମୋଟ୍‌ ୩ହଜାର ଟଙ୍କା ସଂଗ୍ରହ କରିଥିଲେ।

ପରେ ଏହି ଅର୍ଥକୁ ସେମାନେ ମୃତ୍ତିକା ସଂରକ୍ଷଣ ପାଇଁ କାମ କରୁଥିବା ମୃତ୍ତିକା ସଂରକ୍ଷଣ ବିଭାଗକୁ ଦେଇଥିଲେ। ପରିବେଶ ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରିବା ପିଲାମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଛୋଟପିଲାଙ୍କ ଏହି ଅଭିନବ ପ୍ରୟାସକୁ ସମସ୍ତେ ପ୍ରଶଂସା କରିଛନ୍ତି। ପରିବେଶ ପାଇଁ ଏହି ଉଦ୍ୟମ ସମାଜରେ ସକରାତ୍ମକ ପ୍ରଭାବ ପକାଇବ। ଆଗାମୀ ଦିନରେ ମୃତ୍ତିକା ସଂରକ୍ଷଣ ପାଇଁ ଅନ୍ୟ କାର୍ଯ୍ୟକ୍ରମ ମଧ୍ୟ କରିବେ ବୋଲି ଛାତ୍ରଛାତ୍ରୀମାନେ ଲକ୍ଷ ରଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.