ଶୋଇଥିବା ମହିଳାଙ୍କ ପାଟିରେ ପଶିଗଲା ୪ ଫୁଟ ଲମ୍ବା ସାପ, ଆଉ ତାପରେ...

Published By : Prameya-News7 Bureau | August 31, 2020 IST

ମସ୍କୋ ୩୧/୦୮ : ଋଷ ଦାଗସ୍ତାନ ଅଞ୍ଚଳର ଲେଭାସି ଗାଁରେ ଏକ ମାମଲା ସାମ୍ନାକୁ ଆସିଛି ଯାହା ସୋସିଆଲ ମିଡିଆରେ ବହୁ ଚର୍ଚ୍ଚାର ବିଷୟ ପାଲଟିଛି। ୪ ଫୁଟର ଏକ ସାପ ଶୋଇଥିବା ମହିଳାଙ୍କ ପାଟି ଦେଇ ତାଙ୍କ ଶରୀରରେ ପ୍ରବେଶ କରିଥିଲା। ଶରୀରରେ ପ୍ରବେଶ କରିବା ପରେ ସାପଟି ଅଣନିଶ୍ୱାସୀ ହୋଇ ତାର ମୃତ୍ୟୁ ହୋଇଥିଲା ଏବଂ ମହିଳାଙ୍କ ବେକରେ ରହିଯାଇଥିଲା |

ଡେଲି ମେଲର ଖବର ଅନୁଯାୟୀ ଯେତେବେଳେ ମହିଳା ଏହା ଜାଣିଥିଲେ ସେ ସିଧା ଡାକ୍ତରଖାନାକୁ ଯାଇଥିଲେ। ମହିଳା ଡାକ୍ତରଙ୍କୁ କହିଥିଲେ ଯେ ସେ ତାଙ୍କ ବେକରେ କିଛି ଅଜବ ଜିନିଷ ଫସିଯାଇଥିବା ଅନୁଭୂତ ହେଉଛି । ଅନୁସନ୍ଧାନରୁ ଜଣାପଡିଥିଲା ଯେ ତାଙ୍କ ବେକରେ ଏକ ସାପ ଫସି ରହିଛି । ଡାକ୍ତରମାନେ ମହିଳାଙ୍କୁ ଆନାସ୍ଥେସିଆ ଦେଇ ସାବଧାନ ସହକାରେ ସାପକୁ ବାହାର କରିଥିଲେ । ଡାକ୍ତର ପୂର୍ବରୁ ଜାଣିନଥିଲେ ଯେ ୪ ଫୁଟ ଲମ୍ବର ସାପ ମହିଳାଙ୍କ ବେକରେ ଫସିଚି | ସାପ ବାହାର କରିବା ପରେ ଡାକ୍ତରଙ୍କ ମଧ୍ୟ ହୋସ ଉଡି ଯାଇଥିଲା |

ମହିଳାଙ୍କ ପାଟିରୁ ସାପ ବାହାର କରୁଥିବା ଡାକ୍ତର ଏତେ ବଡ ସାପକୁ ଦେଖି ଭୟଭୀତ ହୋଇ ଚିତ୍କାର କରିଥିଲେ। ଡାକ୍ତରଙ୍କ କହିବାନୁସାରେ, ସାପଟି ମରିଯାଇଥିଲା କିନ୍ତୁ ତାକୁ ବାହାର କରିବା ସମୟରେ ସେ ସ୍ପଷ୍ଟ ନଥିଲେ | କାରଣ ତାଙ୍କୁ ଲାଗୁଥିଲା ସାପ ବେହୋସ ମଧ୍ୟ ହୋଇଥାଇପାରେ | ହସ୍ପିଟାଲ ଏହି ଅଜବ ଅପରେସନର ଫୁଟେଜ୍ ମଧ୍ୟ ଜାରି କରିଛି | ସ୍ୱାସ୍ଥ୍ୟ ବିଭାଗ ଲୋକମାନଙ୍କୁ ଉପଦେଶ ଦେଇଛି ଯେ ସେମାନଙ୍କୁ ଘର ପ୍ରାଙ୍ଗଣରେ କିମ୍ବା ଖୋଲା ସ୍ଥାନରେ ଶୋଇବା ଉଚିତ୍ ନୁହେଁ ଏବଂ ପିଲାମାନଙ୍କର ମଧ୍ୟ ଯତ୍ନ ନେବା ଆବଶ୍ୟକ । ଏହି ମହିଳା ଜଣକ ଘରର ପ୍ରାଙ୍ଗଣରେ ଭୂମିରେ ଶୋଇଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.