ଭୁବନେଶ୍ୱର ୨୯।୧୧ - ସୋଆରେ ଆରମ୍ଭ ହୋଇଛି ୪୯ତମ ISTE ନ୍ୟାସନାଲ ଆନୁଆଲ ଫ୍ୟାକଲଟୀ କନ୍ଭେସନ୍ । ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ କ୍ରାଇସିସ୍ ଇନ୍ ଟେକ୍ନିକାଲ ଏଜୁକେସନ ଶିର୍ଷକ ଉପରେ ଆଲୋଚନ ହେଉଛି । ଏହି ଅବସରରେ ବୈଷୟିକ ଶିକ୍ଷାକ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ସୋଆ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ ପ୍ରଫେସର ଡକ୍ଟର ମନୋଜ ରଞ୍ଜନ ନାୟକଙ୍କୁ ସ୍ବତନ୍ତ୍ର ସମ୍ମାନ ପ୍ରଦାନ କରାଯାଇଥିଲା ।
{"id":191804,"sizeSlug":"large"}କ୍ରାଇସିସ୍ ଇନ୍ ଟେକ୍ନିକାଲ ଏଜୁକେସନ । ଭାରତବର୍ଷରେ ବୈଷୟିକ ଶିକ୍ଷା ଏବେ ସଙ୍କଟଜନକ ସ୍ଥିତିରେ । ତେବେ ଏଥିରେ ହତୋତ୍ସାହିତ ନହୋଇ, ବିଭିନ୍ନ ପ୍ରତିବନ୍ଧକକୁ ଯୋଜନାବଦ୍ଧ ଭାବେ ମୁକାବିଲା କରି ବୈଷୟିକ ଶିକ୍ଷାରେ ଅଧିକ ସୁଯୋଗ ସୃଷ୍ଟି କରିବାକୁ ପଡିବ । ଶିକ୍ଷା ଓ ଅନୁସଂଧାନ ଡିମ୍ଡ୍ ଟୁ ବି ୟୁନିଭର୍ସିଟିରେ ଆରମ୍ଭ ହୋଇଥିବା ୪୯ତମ ISTE ନ୍ୟାସନାଲ ଆନୁଆଲ ଫ୍ୟାକଲଟୀ କନ୍ଭୋକେସନରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହା କହିଛନ୍ତି 'ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ'ର ଅଧ୍ୟକ୍ଷ ପ୍ରଫେସର ଅନୀଲ ଦତ୍ତାତ୍ରେୟ ସହସ୍ର ବୁଦ୍ଧେ ।
{"id":191805,"sizeSlug":"large"}ଚଳିତ ଶିକ୍ଷାବର୍ଷରେ ସମଗ୍ର ଦେଶର ପ୍ରାୟ ୩ ହଜାର ୨୦୦ ଇଞ୍ଜିନିୟରିଙ୍ଗ କଲେଜରେ ସମୁଦାୟ ୧୪ ଲକ୍ଷ ସିଟରୁ ପ୍ରାୟ ୫୦ ପ୍ରତିଶତ ଖାଲି ପଡିଛି । ତେବେ, ବିଶେଷଜ୍ଞଙ୍କ ମତରେ ପୁଣି ଥରେ ବୈଷୟିକ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବାକୁ ହେଲେ, ପାଠ୍ୟକ୍ରମକୁ ଅଧିକ ଯୁଗୋପଯୋଗୀ କରିବାକୁ ପଡିବ । ଶ୍ରେଣୀରେ ଚିରାଚରିତ ଢଙ୍ଗରେ ପାଠପଢା ଉପରେ ମାତ୍ରାଧିକ ଗୁରୁତ୍ବ ନଦେଇ, ଅନ୍ୟାନ୍ୟ ଆଧୁନିକ ପଦ୍ଧତିରେ ଛାତ୍ରମାନଙ୍କୁ ଶିକ୍ଷା ଦିଆଯିବ ଉଚିତ । ଛାତ୍ରଛାତ୍ରୀମାନଙ୍କ ସୃଜନଶୀଳତା, ସକରାତ୍ମକ ଚିନ୍ତାଧାରା ଏବଂ ସ୍ବତନ୍ତ୍ରତା ପାଇଁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ଅଛି । ସେହିଭଳି ଅଧିକ ନିଯୁକ୍ତି ସୃଷ୍ଟି ଏବଂ ସିଟ ଖାଲି ପଢୁଥିବା ଶିକ୍ଷାନୁଷ୍ଠାନରେ ତାଲା ପକାଇବା ବଦଳରେ ସେଗୁଡିକ ପୁଣି କିପରି ଚାଲିପାରିବ ସେଥିପ୍ରତି ଗୁରୁତ୍ବ ଦେବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।
ସୋଆରେ ଚାଲିଥିବା ଏହି ୨-ଦିନିଆ ସମ୍ମିଳନୀରେ ଆନ୍ନା ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଏମ. କେ. ସୁରପ୍ପା ଏବଂ ବିଜୁପଟ୍ଟନାୟକ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଚିତ୍ତରଞ୍ଜନ ତ୍ରିପାଠୀଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା । ଏଥି ସହ ବୈଷୟିକ ଶିକ୍ଷାକ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ସୋଆ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜ ରଞ୍ଜନ ନାୟକଙ୍କୁ ସ୍ବତନ୍ତ୍ର ସମ୍ମାନ ପ୍ରଦାନ କରାଯାଇଥିଲା । ତାଙ୍କ ଅନୁପସ୍ଥିତିରେ ସୋଆ ବିଶ୍ବବିଦ୍ୟାଲଯର ପ୍ରଫେସର ପି. କେ. ନନ୍ଦ ଏହି ସମ୍ମାନ ଗ୍ରହଣ କରିଥିଲେ ।