୪୯ ବର୍ଷରେ ବିବାହ କରିବେ ଅମିଶା, କହିଲେ-ମୁଁ ପ୍ରସ୍ତୁତ ...

Published By : Prameya-News7 Bureau | June 25, 2024 IST

ମୁମ୍ଵାଇ ୨୫।୦୬: ଫିଲ୍ମ ଗଦର ୨ ର ସଫଳତା ପରଠାରୁ ବଲିଉଡ ଅଭିନେତ୍ରୀ ଅମିଶା ପଟେଲ ଚର୍ଚ୍ଚାରେ ଅଛନ୍ତି। ଗଦର ୨ ପରେ ଅମିଶା ଲୋକପ୍ରିୟ ହୋଇଯାଇଛନ୍ତି ।ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ । ତାଙ୍କ ପ୍ରଶଂସକଙ୍କ ପାଇଁ କିଛି ନା କିଛି ଅନ୍ୟ ସେୟାର କରନ୍ତି । ନିକଟରେ ଅମିଶା ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ କଥା ହୋଇଥିଲେ ଏବଂ ସେମାନଙ୍କୁ ତାଙ୍କ ବିବାହ ଯୋଜନା ବିଷୟରେ କହିଥିଲେ।

 

ଜଣେ ୟୁଜର୍ସ ଅମିଶାଙ୍କୁ ପଚାରିଥିଲେ ଯେ ୪୯ ବର୍ଷ ହୋଇଗଲାଣି.. ବିବାହ କରିବାର କୌଣସି ଯୋଜନା ଅଛି କି? ଅମିଷା ଏହି ପ୍ରଶ୍ନର ଅତି ମଜାଳିଆ ଉତ୍ତର ଦେଇଥିଲେ । ସେ ମଧ୍ୟ ଅବିବାହିତ ଥିବାରୁ ସଲମାନ ଖାନଙ୍କୁ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଅମିଶା ବିବାହ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଅମିଶା ଉତ୍ତର ଦେଲେ- 'ସଲମାନ ବିବାହିତ ନୁହଁନ୍ତି ଏବଂ ମୁଁ ନୁହେଁ କି? ତୁମେ ଭାବୁଛ କି ଆମେ ବିବାହ କରିବା ଉଚିତ୍? ଅମିଶା ଆହୁରି ଲେଖିଛନ୍ତି- ମୁଁ ବହୁତ ଦିନ ଧରି ପ୍ରସ୍ତୁତ ଅଛି, ହେଲେ ସଠିକ୍‌ ପୁଅଟିଏ ପାଇପାରୁ ନାହିଁ ।

ଅମିଶା ପଟେଲଙ୍କ ଗଦର ୨ ବିଷୟରେ କହିବାକୁ ଗଲେ ଏହି ଫିଲ୍ମ ବକ୍ସ ଅଫିସରେ ଅନେକ ରେକର୍ଡ ଭାଙ୍ଗିଛି। ଏହି ଚଳଚ୍ଚିତ୍ରଟି ୬୦୦ କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିଥିଲା। ତାରା ସିଂ ଏବଂ ସକିନାଙ୍କ ଯୋଡି ବହୁତ ଭଲ ପାଇବା ପାଇଥିଲା। ଗଦର ୨ ର ସଫଳତା ପରେ ପ୍ରଶଂସକମାନେ ବର୍ତ୍ତମାନ ଗଦର-୩କୁ ଅପେକ୍ଷା କରିଛନ୍ତି । ବର୍ତ୍ତମାନ ପ୍ରଶଂସକମାନେ ତାଙ୍କ ଆଗାମୀ ପ୍ରୋଜେକ୍ଟ ଗୁଡିକ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.