ସିସିଆଇଇ ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍‌ଯାପିତ

Published By : Prameya-News7 Bureau | December 20, 2023 IST

ଭୁବନେଶ୍ବର: ଆଚାର୍ଯ୍ୟ ବିହାରସ୍ଥିତ ସିସିଆଇଇ ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ତିନିଦିନ ଧରି ଅନୁଷ୍ଠିତ ହୋଇଥିବା ଏହି କ୍ରୀଡ଼ା ଉତ୍ସବରେ ସ୍କୁଲର ଛାତ୍ର ଛାତ୍ରୀମାନେ ବିଭିନ୍ନ ଖେଳରେ ଅଂଶ ଗ୍ରହଣ କରି ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ।

ମଙ୍ଗଳବାର, କାର୍ଯ୍ୟକ୍ରମର ଉଦଯାପନୀ ଦିବସରେ ଓଡ଼ିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହା ସହିତ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ କର୍ପୋରେଟର ଅପରୂପ ନାରାୟଣ ରାଉତ ଏବଂ ଶ୍ରୀ ଅରୋବିନ୍ଦ ଏଜୁକେସନ ଆଣ୍ଡ୍‌ ଓ୍ବେଲଫେୟାର ସୋସାଇଟିର ସଭାପତି ସୟଦ ଅଲତାଫ ଅଲ୍ଲୀ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ପ୍ରତିଯୋଗିତାରେ ଉତ୍ସାହିତ କରିଥିଲେ।

ଏହା ସହ ଅତିଥିମାନେ, ପାଠପଢ଼ା ସହ କିପରି ଖେଳ ପ୍ରତି ଆଗ୍ରହ ପ୍ରକାଶ କରିବେ ସେଦିଗରେ ନିଜର ଅଭିଭାଷଣ ରଖିବା ସହ ଏହି ଅବସରରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।। ସର୍ବଶେଷରେ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଏବଂ ଅନ୍ୟ ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ସ୍କୁଲର କର୍ମଚାରୀ, ଅଭିଭାବକଙ୍କ ସହଯୋଗରେ ଉତ୍ସବ କାର୍ଯ୍ୟ ସମାପ୍ତ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.