<strong>ବୀମା କର୍ମଚାରୀ ସଂଘର ୪୮ ତମ ସାଧାରଣ ବାର୍ଷିକ ସଭା ଅନୁଷ୍ଠିତ</strong>

Published By : Prameya-News7 Bureau | July 22, 2022 IST

ଝାରସୁଗୁଡ଼ା ୨୨/୦୭: ଆଜି ବେହେରାମାଳରେ ଥିବା ଜୀବନଜ୍ୟାତି ଭବନରେ ବୀମା କର୍ମଚାରୀ ସଂଘର ୪୮ତମ ବାର୍ଷିକ ସାଧାରଣ ଅନୁଷ୍ଠିତ ହୋଇଛି। ଏଥିରେ ଅରୁଣ ଚଇନି ଅଧ୍ୟକ୍ଷତା କରିଥିଲେ। ସର୍ବପ୍ରଥମେ ସମ୍ପାଦକ ୧୨ ପୃଷ୍ଠାର ବାର୍ଷିକ ବିବରଣୀ ଗୃହରେ ପ୍ରସ୍ତୁତ କରିଥିଲେ। ଅତିଥି ଭାବେ ସମ୍ବଲପୁର ବୀମା କର୍ମଚାରୀ ସଂଘର ସଭାପତି ରାଜୀବ ଲୋଚନ ଦାଶ, ସହ ସମ୍ପାଦକ ଟୁଇନ ଦେ ଏବଂ କୋଷାଧ୍ୟକ୍ଷ ବୀର କିଶୋର ନାୟକ ଯୋଗ ଦେଇଥିଲେ। ଆଲୋଚନାରେ ଗୋପୀନାଥ ମିଶ୍ର, ବଲରାମ ଗୌଡ, ଚିରସ୍ମିତ ପ୍ରଧାନ, ଆଶିଷ ଶୁକ୍ଳା, ଶଶୀଭୁଷଣ ସା, ଓଡିଶା ବୀମା ପେନସନ ସଂଘରୁ ରତ୍ନାକର ପ୍ରଧାନ ଏବଂ ବ୍ରାଞ୍ଚ ମ୍ୟାନେଜର କହିଥିଲେ- ସାମ୍ପ୍ରତିକ ସମୟରେ ବୀମା ଶିଳ୍ପ ଉପରେ ସରକାରଙ୍କ ଖରାପ ଦୃଷ୍ଟି ପଡିଛି, IPO ଜରିଆରେ ବୀମା ଶିଳ୍ପକୁ ଘରୋଇକରଣ କରିବାର ଷଡଯନ୍ତ୍ର ଚାଲିଛି।

ଏହାକୁ ଲଢେଇ ଦ୍ବାରା ପ୍ରତିହତ କରିବାକୁ ପଡିବ ତଥା ନୂଆ ଶ୍ରମ ଆଇନକୁ ବାତିଲ କରିବାକୁ ଆଗାମୀ ଦିନ ଦୁର୍ବାର ଲଢେଇ ହେବାର ଆହ୍ବାନ ଦେଇଥିଲେ। ସଭାରେ ଭାରତର ପ୍ରଥମ ନାଗରିକ ଦୌପଦୀ ମୁର୍ମୁଙ୍କୁ ୧୫ତମ ରାଷ୍ଟ୍ରପତି ଉଦ୍ଦେଶ୍ୟରେ ସଂଘ ତରଫରୁ ଅଭିନନ୍ଦନ ବାର୍ତା ଦିଆ ଯାଇଥିଲା। ଆଗାମୀବର୍ଷ ପାଇଁ ସର୍ବସମ୍ମତି କ୍ରମେ ସଭାପତି ଅରୁନ ଚଇନି, ଉପ ସଭାପତି ଆଶିଷ ଶୁକ୍ଳା, ସମ୍ପାଦକ ବେଦବ୍ୟାସ ଭୋଇ, କୋଷାଧ୍ୟକ୍ଷ ଶଶୀ ଭୁଷଣ ସା ଏବଂ ସଭାରେ  ଦୀପିକା, କନକ, ସାବିତ୍ରୀ, ବରୁନ ପଟେଲ, ନବୀନ କିଶାନ,ଦୋଲମଣି ଭଇଁଷା, ସୁରେଶ ଭଇଁଷା, ଦୋଲମଣି ଷଣ୍ଡ,ଓ ତୁଲାରାମ ବେହେରା ଉପସ୍ଥିତ ଥିଲେ। ଶେଷରେ ଅର୍ଜୁନ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.