scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୪୮୦ ବୋତଲ କଫ ସିରପ ଜବତ; ଖସିଗଲେ ମାଫିଆ ଓ ଡ୍ରାଇଭର, ବୋଲେରୋ ଜବତ  

2/12/2022 at 10:39 PM

ପାଟଣାଗଡ଼ ୦୨/୧୨: ପାଟଣାଗଡ଼ରେ ଦିନକୁ ଦିନ କଫସିରଫ ମାଫିଆଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। କେତେବେଳେ ପୋଲିସ ହାତରେ ତ କେତେବେଳେ ଅବକାରୀ ବିଭାଗର ହାତରେ ସେମାନେ ଧରା ପଡୁଛନ୍ତି। ତଥାପି ବୋଲ ମାନୁନାହାନ୍ତି କଫସିରପ ବ୍ୟବସାୟୀ। ଶନିବାର ପାଟଣାଗଡ଼ ପୋଲିସ କୋଦୋପଡା ସାହିରେ ସିରପ ବିକ୍ରି ହେଉଥିବା ଖବର ପାଇଥିଲା। ପରେ ପୋଲିସ ଚଢ଼ଉ ବେଳେ  ମାଫିଆମାନେ ଘଟଣାସ୍ଥଳରୁ ଫେରାର ହୋଇଥିବାବେଲେ ପୋଲିସ ଏକ ବାଲେରୋ ଗାଡ଼ିକୁ ଧରିଥିଲେ।

ସେଠାରୁ ଗାଡ଼ିଚାଳକ ଓ ସିରପ ମାଫିଆମାନେ ଫେରାର ହୋଇଯାଇଥିଲେ। ଗାଡ଼ିକୁ ସର୍ଚ୍ଚକରି ପୋଲିସ ୪୮୦ଟି କଫସିରପ, ୩୦ଟି ଆଲଫ୍ରାକ୍ସ ବଟିକା, ଗୋଟିଏ ମୋବାଇଲ, କିଛି ରାସାୟନିକ ଦ୍ରବ୍ୟ ଜବତ କରିଛ। ସେପଟେ ଗାଡ଼ିକୁ ଥାନାକୁ ଆଣି ପୋଲିସ ଏନେଇ ଅଧିକ ତଦନ୍ତ କରୁଛି। ଜବତ କଫସିରପର ଆନୁମାନିକ ମୂଲ୍ୟ ଲକ୍ଷେ ୨୦ ହଜାର ହେବ ବୋଲି ପାଟଣାଗଡ଼ ଥାନାଧିକାରୀ ଅନନ୍ତ ପ୍ରଧାନ କହିଛନ୍ତି।

   Related Posts