୧୧ ବର୍ଷ ସାନ ଗାର୍ଲଫ୍ରେଣ୍ଡଙ୍କୁ ବିବାହ କରିବେ ୪୮ ବର୍ଷୀୟ ଅଭିନେତା, ବ୍ରେକ୍‌ଅପ୍ ଖବର ଭିତରେ ଖୋଲିଲେ ମୁହଁ

Published By : Prameya-News7 Bureau | December 16, 2023 IST

ମୁମ୍ୱାଇ ୧୬/୧୨: ଅଲଗା ହେବେନି ଏଜାଜ୍ ଖାନ୍ ଓ ପବିତ୍ରା ପୁନିଆ । ଯାହା ଖବର ଆସୁଛି ଉଭୟ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ବିବାହ ପୂର୍ବରୁ ନିଜେ ଏଜାଜ୍ ଇନଷ୍ଟା ସାଇଟ୍‌ରେ ଖୁଲାସା କରିଛନ୍ତି । ଏଜାଜ୍ ଦୁଇଜଣଙ୍କ ଫଟୋକୁ ଏକାଠି କରି ପୋଷ୍ଟ କରିଛନ୍ତି ।

କହିବାକୁ ଗଲେ ଗତ କିଛିଦିନ ହେବ ରିଲେସନକୁ ନେଇ ଚର୍ଚ୍ଚାରେ ଅଛନ୍ତି ଏଜାଜ୍ ଖାନ୍ ଓ ପବିତ୍ର ପୁନିଆ । ନିକଟରେ ସେମାନଙ୍କ ବ୍ରେକ୍‌ଅପ୍ ଖବର ନେଇ ଚର୍ଚ୍ଚା ହେଉଥିଲା । ଆହୁରି ବି କୁହାଯାଉଥିଲା ଯେ, ଗତ ୩ ବର୍ଷ ହେବ ଦୁହେଁ ଦୁହିଁଙ୍କୁ ଡେଟ୍ କରିବା ପରେ ଅଲଗା ହେବାର ନିଷ୍ପତ୍ତି ନେଇଛନ୍ତି । ହେଲେ ଏବେ ଏଜାଜ୍ ତାଙ୍କ ଗାର୍ଲଫ୍ରେଣ୍ଡଙ୍କ ସହ ଫଟୋ ସେୟାର କରି ଲେଖିଛନ୍ତି ପ୍ରେରଣାଦାୟକ ।

ଆଉଥରେ ପ୍ରମାଣିତ କରିଛନ୍ତି ତାଙ୍କ ସମ୍ପର୍କ ଏବେ ଅଲ୍ ଇଜ୍ ଓ୍ୱେଲ୍ । ବିଗ୍ ବସ୍ ୧୪ରେ ଏକାଠି ହୋଇଥିଲେ ପବିତ୍ରା ଓ ଏଜାଜ ଯୋଡି । ଗତ ବର୍ଷ ଅକ୍ଟୋବରରେ ଦୁଇଜଣ ନିର୍ବନ୍ଧ କରିବା ପରେ ତାଙ୍କ ସମ୍ପର୍କକୁ ଦେଇଥିଲେ ନୁଆ ନାଁ । ବିବାହକୁ ନେଇ ଏଜାଜ୍ କହିଥିଲେ କି ସେ ବିବାହ କରିବାକୁ ଚାହାଁନ୍ତିନି । କାରଣ ଏବେ ଆମେ ବହୁତ ବିଜି ରହୁଛି । ସେଥିପାଇଁ ବିବାହ କରିବାକୁ ଟାଇମ୍ ନାହିଁ ।

you can laos read....

wp:embed {"url":"https://www.prameyanews7.com/fighter-first-song-out-sher-khul-gaye-released/","type":"wp-embed","providerNameSlug":"prameya-news-7"}
https://www.prameyanews7.com/fighter-first-song-out-sher-khul-gaye-released/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.