ବ୍ରେକ୍‌ଅପ୍ ପରେ ବି EX-ଗାର୍ଲଫ୍ରେଣ୍ଡକୁ ଭୁଲି ପାରିନାହାଁନ୍ତି ଏହି ଅଭିନେତା, ୪୮ ବର୍ଷରେ ବି ଅଛନ୍ତି ସିଙ୍ଗଲ

Published By : Prameya-News7 Bureau | December 30, 2023 IST

ମୁମ୍ୱାଇ ୩୦/୧୨: ବଲିଉଡ୍ ଇଣ୍ଡଷ୍ଟ୍ରୀରେ ଆଜି ବି ଅନେକ ଅଭିନେତା ୪୦-୫୦ ବର୍ଷରେ ଅଛନ୍ତି ଅବିବାହିତ । ଏମାନଙ୍କ ମଧ୍ୟରେ ଅଛନ୍ତି ଡିନୋ ମୋରିଆ । ୯୦ ଦଶକର ଫିଲ୍ମ ପ୍ୟାର ମେ କଭି କଭି ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ ଡିନୋ ମୋରିଆ । ଏହାପରେ ୨୦୦୨ରେ ବିପାଶା ବାସୁଙ୍କ ସହ ଫିଲ୍ମ 'ରାଜ'ରେ ନଜର ଆସିଥିଲେ । ଫିଲ୍ମ ସୁପରହିଟ୍ ହୋଇଥିଲା । ରାତାରାତି ଷ୍ଟାର ପାଲଟିଥିଲେ ଅଭିନେତା ଡିନୋ ମୋରିଆ ।

'ରାଜ୍' ଫିଲ୍ମରେ ଡିନୋ ଏବଂ ବିପାଶାଙ୍କ ଯୋଡିଙ୍କୁ ଖୁବ୍ ପସନ୍ଦ କରିଥିଲେ ଦର୍ଶକ । ଏହାରି ଭିତରେ ଦୁଇ ଜଣହ୍କ ମଧ୍ୟରେ ଗଢିଉଠିଥିଲା ସମ୍ପର୍କ । ୬ ବର୍ଷ ଧରି ଉଭୟ ଉଭୟଙ୍କୁ କରୁଥିଲେ ଡେଟ୍ । ହେଲେ କଣ ହେଲା କେଜାମି ଅଲଗା ହୋଇଗଲେ ଦୁଇ ଜଣ । ନିକଟରେ ସାକ୍ଷାତକାରରେ ଡିନୋ ନିଜର ପର୍ସନାଲ ଲାଇଫ୍‌କୁ ନେଇ ଅନେକ କଥା ସେୟାର କରିଥିଲେ । ଅଭିନେତା ନିଜର ପୁରୁଣା ସମ୍ପର୍କ ଅର୍ଥାତ୍ ବିପାଶାଙ୍କ ସହ ରିଲେସନକୁ ନେଇ ଖୋଲି କହିଛନ୍ତି ମନର କଥା ।

ତାଙ୍କ କହିବା କଥା ୨୦୦୦ ଦଶକର ଯଦି କିଏ ମୋର ଫେଭରିଟ୍ ଥାଏ ସେ ହେଉଛନ୍ତି ବିପାଶା ବସୁ । କାରଣ ଅନେକ ପିଲ୍ମରେ ମୁଁ ବିପାଶାଙ୍କ ସହ କାମ କରିଛି । ସେତିକି ନୁହେଁ ନିଜର ଫେଭରିଟ୍ ଫିଲ୍ମ ରାଜ୍ କଥା କହିଥିଲେ । ସେ କହିଥିଲେ ୨୦୦୨ରସବୁଠୁ ହିଟ୍ ଫିଲ୍ମ ଥିଲା ରାଜ୍ । ବକ୍ସ ଅଫିସରେ ଫିଲ୍ମ ବହୁତ ଭଲ କଲେକ୍ସନ କରିଥିଲା । ୪୮ ବର୍ଷୀୟ ଏହି ଅଭିନେତା ଏବେ ବି ସିଙ୍ଗଲ ଅଛନ୍ତି । ଏବେ ବି ସେ ଭଲ ପାର୍ଟନର ସନ୍ଧାନରେ ଅଛନ୍ତି । ଏମିତିକି ସେ ସାଉଥି ଫିଲ୍ମ ସହ OTT ରେ ବି କାମ କରିଛନ୍ତି ।

you can also read....

wp:embed {"url":"https://www.prameyanews7.com/shehnaaz-gill-wants-to-work-with-ranbir-kapoor/","type":"wp-embed","providerNameSlug":"prameya-news-7"}
https://www.prameyanews7.com/shehnaaz-gill-wants-to-work-with-ranbir-kapoor/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.