scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କ୍ବାଲିଟି ଟେଷ୍ଟିଂରେ ଫେଲ୍ ୪୮ ଔଷଧ; ମଧୁମେହ, ହୃଦଘାତ୍, HIV ମେଡିସିନ୍ ସାମିଲ

27/04/2023 at 3:18 PM

ନୂଆଦିଲ୍ଲୀ: ଦୈନିକ ଔଷଧ ଖାଉଥିବା ଲୋକ ଏହି ରିପୋର୍ଟ ଦେଖିବା ଜରୁରୀ । ୪୮ ଔଷଧ ଗୁଣବତ୍ତା ପରୀକ୍ଷଣରେ ଫେଲ୍ । ଡ୍ରଗ୍ସ କମ୍ପାନୀ, ମେଡିସିନରେ ଷ୍ଟାଣ୍ଡାର୍ଡ କ୍ବିଲିଟି ବଜାୟ ରଖିବାରେ ବିଫଳ ହୋଇଛି । ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ ଅଣ୍ଡ୍ କନଣ୍ଟ୍ରୋଲ୍ ଅର୍ଗାନାଇଜେସନର କ୍ବାଲିଟ୍ ଚେକ୍ ବେଳେ ଏହି ଔଷଧ ସବୁ ସାମ୍ନାକୁ ଆସିଛି । ନ୍ୟାସନାଲ ଡ୍ରଗ ରେଗୁଲେଟର CDSCO ମୁତାବକ, ମାର୍ଚ୍ଚ ମାସରେ ଡିସିଜିଆଇ ୧୪୯୭ ଔଷଧର ନମୂନା ପରୀକ୍ଷଣ ପାଇଁ ସମ୍ପୂଲ ସଂଗ୍ରହ କରିଥିଲା । କ୍ବାଲିଟି ଚେକ୍ ବେଳେ ୧୪୪୯ଟି ମେଡିସିନ୍ ମାନକ ପରୀକ୍ଷଣରେ ପାସ୍ କରିଥିଲା, ହେଲେ ୪୮ ଔଷଧ ଏହି ଗୁଣବତ୍ତା ପରୀକ୍ଷଣ ଫେଲ୍ ହୋଇଛି।

କେଉଁ ଔଷଧ ମାନକ ପରୀକ୍ଷଣରେ ଫେଲ୍ ମାରିଛି;

ସାଧରଣ ଭାବେ ବ୍ୟବହାର ହେଉଥିବା ଆଣ୍ଟି-ଡାଇବେଟିକ୍, ଆଣ୍ଟି-ବାଓଟିକ୍, କ୍ୟାଲସିୟମ ଏବଂ ହୃଦଘାତ ଜନିତ ଔଷଧ ତାଲିକାରେ ରହିଛି । ସେହିପରି ମଲ୍ଟିଭିଟାମିନ୍ ଔଷଧ ଠାରୁ HIV ପାଇଁ ବ୍ୟବହାର ହେଉଥିବା ମେଡିସିନ ରିଟୋନାଭିର୍ ସାମିଲ ରହିଛି । ଏହି ଲିଷ୍ଟରେ ବାତ ମାରିବା ଔଷଧ ଗାବାପେଣ୍ଟିନ୍, ଉଚ୍ଚ ରକ୍ତଚାପ ଔଷଧ ଟେଲମିସେର୍ଟନ, ମଧୁମେହ ଔଷଧ ଗ୍ଲିମପିରିଇଡ୍ ଏବଂ ମେଟାଫର୍ମିନ୍ ଆଦି ମେଡିସିନ ସାମିଲ ରାହିଛି ।

ସେହିପରି ଆଇରନ୍ ଏବଂ ଫାଲିକ୍ ଏସିଡ୍ ଟାବଲେଟ୍, ପ୍ରୋ-ବାଓଟେକ୍ସର ଅଧିକାଂଶ ମଲ୍ଟିଭିଟାମିନ୍ ଔଷଧ ମାନକ ପରୀକ୍ଷଣ ଫେଲ୍ ତାଲିକାରେ ରହିଛି । ଭିଟାମିନ୍ C ଭିଟାମିନ୍ B12, ଫାଲିକ୍ ଏସିଡ୍, ଆମୋକ୍ସିସିଲିନ୍, କୈଶ୍ଲିୟମ ଏବଂ ଭିଟାମିନ୍ D3 ଆଦି ଟାବଲେଟ୍ ରହିଛି । ସେହିପରି ମେସ୍ବକ୍ ଟୁଥପେଥ୍ ମଧ୍ୟ ରହିଛି ।

ଏହି ଔଷଧ ଗୁଡ଼ିକର ଟେଷ୍ଟିଂ ସମୟରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି, ଏଥିରେ ବ୍ୟବହାର ହେଉଥିବା ସାମଗ୍ରୀ ଗୁଣବତ୍ତା ସ୍ତରରେ ଆସୁନାହିଁ । ଔଷଧର ଇନଗ୍ରୀଡିଏଣ୍ଟ ମାତ୍ରାରେ ହେରଫେର ହୋଇଥିବା ବେଳେ ଲେବିଲିଂରେ ମଧ୍ୟ ତ୍ରୁଟି ରହିଛି । ଫଳରେ ୪୮ଟି ଔଷଧ ଗୁଣବତ୍ତା ଟେଷ୍ଟିଂରେ ଫେଲ୍ ମାରିଛି । କିଛି ପୂର୍ବରୁ କେନ୍ଦ୍ର ସରକାର କ୍ବାଲିଟି ଟେଷ୍ଟିଂରେ ଫେଲ୍ ମାରିଥିବା ୧୮ ଫାର୍ମା କମ୍ପାନୀର ଚୁକ୍ତିନାମା ରଦ୍ଦ କରିଥିଲେ ।   

   Related Posts