Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିହାରରେ ଥମୁନି ଏନସେଫେଲାଇଟସ୍, ଗତ ୨୪ ଘଣ୍ଟାରେ ଆଉ ୧୦ ଶିଶୁ ମୃତ, ପହଞ୍ଚିଲେ କେନ୍ଦ୍ରୀୟ ଟିମ୍

12/06/2019 at 5:02 PM

ମୁଜଫରପୁର ୧୨।୬: ବିହାର ମୁଜଫରପୁର ଜିଲ୍ଲାରେ ଥମୁନି  ଏନସେଫେଲାଇଟସ୍ । ଅଧିକାଂଶ ଏଇଏସ୍ ଆକ୍ରାନ୍ତ ଶିଶୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ଲଗାତାର ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଆଉ ୧୦ ଏଇଏସ୍ ଆକ୍ରାନ୍ତଙ୍କ ଶିଶୁଙ୍କ ମୃତ୍ୟୁ ହୋଇଛି। ଏମାନଙ୍କ ମଧ୍ୟରୁ ୭ ଜଣ ଏମକେଏମସିଏଚ୍ ରେ ପ୍ରାଣ ହରାଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ  କେଜ୍ରିୱାଲ ହସ୍ପିଟାଲରେ ହୋଇଛି। ଫଳରେ ଜିଲ୍ଲାରେ ଏଇଏସ୍ ଆକ୍ରାନ୍ତ ମୋଟ ମୃତକଙ୍କ ସଂଖ୍ୟା ଏବେ ୪୮ରେ ପହଞ୍ଚିଛି। ସେପଟେ ଆଉ ୨୩ ନୂଆ ରୋଗୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।ଏବେ  ଏମକେଏମସିଏଚ୍ ଓ କେଜ୍ରିୱାଲ ହସ୍ପିଟାଲରେ ମୋଟ ୬୦ ଜଣ ଅସୁସ୍ଥ ଶିଶୁଚିକିତ୍ସିତ ହେଉଛନ୍ତି।

ତେବେ ରାଜ୍ୟରେ ହେଉଥିବା ଶିଶୁମୃତ୍ୟୁକୁ ଏଇଏସ୍ ଜନିତ ଅସ୍ବୀକାର କରିଛନ୍ତି ସ୍ବସ୍ଥ୍ୟ ମନ୍ତ୍ରୀ ମଙ୍ଗଲ ପାଣ୍ଡେୟ। ରାଜ୍ୟ ସରକାରଙ୍କୁ ମିଳିଥିବା ରିପୋର୍ଟ ଅନୁସାରେ ମୋଟ ୧୧ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା  ସ୍ବାସ୍ଥ୍ୟମନ୍ତ୍ରୀ ସ୍ପଷ୍ଟ କରିଥିବା ବେଳେ ଏମାନଙ୍କ ମଧ୍ୟରୁ ୯ଜଣ ହାଇପୋଗଲେସିମିଆରେ ପ୍ରାଣ ହରାଇଥିବା କହିଛନ୍ତି ।  ତବେ ମାତ୍ର  ଜଣେ ଶିଶୁ  ଜାପାନୀ ଏନସେଫାଲାଇଟସ ଯୋଗୁ ପ୍ରାଣ ହରାଇଥିବା କହିଛନ୍ତି ମନ୍ତ୍ରୀ । ସେପଟେ ରାଜ୍ୟରେ ଉପୁଜିଥିବା ଶିଶୁମଡକ ଘଟଣାର ଅନୁଧ୍ୟାନ ନିମନ୍ତେ ବୁଧବାର କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ୭ ଜଣିଆ ଟିମ୍ ବିହାର ପହଞ୍ଚିଛନ୍ତି। 

ରାଜ୍ୟର ୧୨ ଜିଲ୍ଲାର ୨ ୨୨ ବ୍ଲକରେ ଏଭଳି ଶିଶୁ ରୋଗ ଦେଖାଦେଇଥିବା ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି।  ଏଣୁ ଘଟଣାକୁ ସରକାର ଗୁରୁତ୍ବର ସହ ଗ୍ରହଣ କରିଛନ୍ତି । ଅନ୍ୟପକ୍ଷରେ ରାଜ୍ୟରେ ଉପୁଜିଥିବା ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଉଦବେଗ ପ୍ରକାଶ କରିବା ସହ ଶିଶୁଙ୍କ ମୃତ୍ୟୁ ରୋକିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ନୀତିଶ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

   Related Posts