୪୭ତମ ରୁଚି ପ୍ରତିଷ୍ଠା ଦିବସ, ସମ୍ମାନିତ ହେଲେ ରାହୁଲଙ୍କ ଉଦ୍ଧାରରେ ସାମିଲ NDRF ଯବାନ

Published By : Prameya-News7 Bureau | July 01, 2022 IST

କଟକ ୧।୭: କଟକ ଖପୁରିଆରେ ଥିବା ରୁଚି ସ୍ପାଇସେସ୍ କାରଖାନା ପରିସରରେ ୪୭ତମ ରୁଚି ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ କଟକ ଡିସିପି ପିନାକ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଡିସିପି ପିନାକ ମିଶ୍ରଙ୍କ ସମେତ ଏନଡିଆରଏଫ୍ ଯବାନମାନଙ୍କୁ ସ୍ବତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା ।

{"id":650118,"width":840,"height":558,"sizeSlug":"full","linkDestination":"none"}

ଏନଡିଆରଏଫର ଯେଉଁ ଯବାନମାନେ ଛତିଶଗଡରେ ବୋରଓ୍ବେଲରେ ଫସିଥିବା ରାହୁଲଙ୍କୁ ଉଦ୍ଧାର କରିଥିଲେ ସେହି ଯବାନମାନଙ୍କୁ ରୁଚି କମ୍ପାନୀ ତରଫରୁ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ରୁଚିର ପରିଚାଳନା ନିର୍ଦ୍ଦେଶକ ମୁଖ୍ୟମନ୍ତ୍ରୀଙ୍କ ଦୁବାଇ ଇନଭେଷ୍ଟମେଣ୍ଟ କନକ୍ଲେଭ୍ ଓଡିଶାର ଶିଳ୍ପାନୁଷ୍ଠାନଗୁଡିକ ବିପୁଳ ଫାଇଦା ପହଞ୍ଚାଇଛି ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.