କରୋନା ଆତଙ୍କ : ଗୋଟିଏ ଦିନରେ ୪୭ ଆକ୍ରାନ୍ତଙ୍କ ମୃତ୍ୟୁ, ୨୮୩୫କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା
29/02/2020 at 1:09 PM

ବେଜିଂ ୨୯।୨: ଚୀନ୍ ରେ ଅଣାୟତ୍ତ କରୋନା । ଚୀନ୍ ରେ କରୋନା ଭାଇରସ୍ ରେ ଆଉ ୪୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଠି । ଫଳରେ ଚୀନ୍ ରେ ମୃତ୍ୟୁ ସଂଖ୍ୟା ୨୮୩୫ କୁ ବୃଦ୍ଧି ପାଇଛି ।
ଜାତୀୟ ସ୍ବାସ୍ଥ୍ୟ ଆୟୋଗର ସୂଚନା ଅନୁସାରେ ଆଉ ୪୨୭ଜଣ ସଂକ୍ରମିତ ହୋଇଛନ୍ତି । ଯାହା ଫଳରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୭୮୨୫୧ରେ ପହଞ୍ଚିଛି।
ବେଜିଂରେ ଜଣେ ଏବଂ ହେନାନ ପ୍ରଦେଶରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ହୁବେଇରେ ୪୫ଜଣଙ୍କର ମୃତ୍ୟୁ ହୋଇଛି ।
ହୁବେଇରେ ଆଉ ୪ଜଣ ଏବଂ ଏହାର ରାଜଧାନୀ ଉହାନରେ ୪୨୦ ରହିଛି । ଉହାନର ବନ୍ୟଜନ୍ତୁ ବିକ୍ରୟ ବଜାରରୁ ଏହି ଭାଇରସ୍ ଉତ୍ପନ୍ନ ହୋଇଥିବା ଜଣାପଡିଛି ।
Related Posts
ମୁମ୍ବାଇରେ ବସ୍କୁ ପିଟିଲା କାର୍, ଭୟଙ୍କର ଦୁର୍ଘଟଣାରେ ୪ମୃତ
31 January 2023