ଲାଓସ୍‌ରେ ଫସିଥିବା ୪୭ ଭାରତୀୟ ଉଦ୍ଧାର; ‘ସାଇବର ଚାକର’ ଭାବେ ଥିଲେ ବନ୍ଧକ

Published By : Prameya-News7 Bureau | September 01, 2024 IST

ନୂଆଦିଲ୍ଲୀ: ଲାଓସରେ ‘ସାଇବର ସ୍କାମ’ କେନ୍ଦ୍ରରେ ଫସିଥିବା ୪୭ ଭାରତୀୟ ଉଦ୍ଧାର । ଡେଟିଂ ଆପ୍ ଘୋଟାଲାରେ ଫସି ବନ୍ଧକ ସ୍ବରୂପ ‘ସାଇବର ଦାସ’ ଭାବେ କାମ କରୁଥିଲେ । ଭାରତୀୟ ଦୂତାବାସ ସମସ୍ତଙ୍କୁ ଉଦ୍ଧାର କରିଛି । ଏନେଇ ଶନିବାର ଦକ୍ଷିଣ-ପୂର୍ବ ଏସିଆରେ ଅବସ୍ଥିତ ଭାରତୀୟ ସୂଚନା ଦେଇଛି । ଏହା ସହିତ ଲାଓସ୍‌ରେ ଚାକିରି ଲୋଭ ଦେଖାଇ ହେଉଥିବା ଠକାମୀ ପ୍ରତି ସାବଧାନ ରହିବାକୁ ଯୁବକଙ୍କୁ ସତର୍କ କରାଯାଇଛନ୍ତି ଭାରତୀୟ ଅଧିକାରୀ ।

ଭାରତୀୟ ଦୂତାବାସ ବର୍ତ୍ତମାନ ସୁଦ୍ଧା ଲାଓସରୁ ୬୩୫ଜଣ ଭାରତୀୟଙ୍କୁ ଉଦ୍ଧାର କରିଛି । ସେମାନଙ୍କୁ ସୁରକ୍ଷିତ ଭାବେ ଭାରତକୁ ପଠାଯାଇଥିବା ସୁନିଶ୍ଚିତ କରିଛି । ଲାଓସରୁ ଭାରତୀୟ ଅଧିକାରୀ ଏକ ବୟାନ ଜାରି କହିଛନ୍ତି, ବେକାଓ ପ୍ରାନ୍ତର ଗୋଲ୍ଡେନ୍ ଟ୍ରାଏଙ୍ଗଲ ସ୍ବତନ୍ତ୍ର ଆର୍ଥିକ କ୍ଷେତ୍ରରେ ଥିବା ସାଇବର ସ୍କାମ କେନ୍ଦ୍ରରେ ‘ସାଇବର ଚାକର’ ଭାବେ କାର୍ଯ୍ୟ କରୁଥିବା ୪୭ଜଣ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି । ଏମାନଙ୍କ ମଧ୍ୟରୁ ୨୯ଜଣଙ୍କୁ ଗୋଲ୍ଡେନ୍ ଟ୍ରାଏଙ୍ଗଲ ଏସଈଜେଡରେ କାର୍ଯ୍ୟାନୁଷ୍ଠାନ ପରେ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଫେରାଇ ଦିଆଯାଇଥିଲା । ଅନ୍ୟ ୧୮ଜଣ ସଂକଟରେ ଥିବା ନେଇ ଭାରତୀୟ ଅଧିକାରୀ ଜାଣିବା ପରେ ସେମାନଙ୍କୁ ମଧ୍ୟ ଉଦ୍ଧାର କରିଛନ୍ତି । ରାଷ୍ଟ୍ରଦୂତ ପ୍ରଶାନ୍ତ ଅଗ୍ରଓ୍ବାଲ ପ୍ରଥମେ ଲାଓସ୍ ରାଜଧାନୀ ଭିଏଣ୍ଟିୟାନରୁ ବିକେଓ ଯାଇଥିଲେ । ସେଠାରେ ସ୍ଥାନୀୟ ଅଧିକାରୀଙ୍କ ସହ ଆଲୋଚନା କରି ଭାରତୀୟ ମୁକ୍ତ କରିଥିଲେ ।   

ପ୍ରଶାନ୍ତ ଅଗ୍ରଓ୍ବାଲ କହିଛନ୍ତି, ଲାଓସରେ ସମସ୍ତ ପ୍ରାଥମିକତା ଶେଷ କରି ପ୍ରଥମ ପର୍ଯ୍ୟାୟ ୩୦ଜଣଙ୍କୁ ଭାରତ ପଠାଯାଇଛି । ଅନ୍ୟ ୧୭ଜଣଙ୍କୁ ଭାରତ ଫେରାଇ ନେବାକୁ ପ୍ରକ୍ରିୟା ଜାରି ରହିଛି ଏବଂ ଶୀଘ୍ର ସେମାନଙ୍କୁ ଭାରତ ପଠାଯିବ । ଏହାଛଡ଼ା ସେ କହିଛନ୍ତି, ଭାରତୀୟଙ୍କୁ ସୁରକ୍ଷିତ ଭାବେ ସ୍ବଦେଶ ପଠାଇବା ଦୂତାବାସର ସର୍ବୋଚ୍ଚ ପ୍ରାଥମିକତା ।... 

   

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.