୪୬ ବର୍ଷରେ ବୋଲ୍ଡନେସର ସବୁ ସୀମା ପାର୍ କଲେ ଗଦ୍ଦର ଗାର୍ଲ, ବିକିନି ପିନ୍ଧି ଲଗାଇଲେ ନିଆଁ

Published By : Prameya-News7 Bureau | July 07, 2022 IST

ମୁମ୍ୱାଇ ୦୭/୦୭: ବଲିଉଡ ଅଭିନେତ୍ରୀ ଅମିଶା ପଟେଲ ସର୍ବଦା ଖବର ଶୀର୍ଷରେ ରହିଥାନ୍ତି । ଏଇ କିଛିଦିନ ହେବ ସେ ନିଜର ବୋଲ୍ଡ ଅବତାର ପାଇଁ ଲୋକଙ୍କ ହୃଦୟରେ ନିଆଁ ଲଗାଇଛନ୍ତି । ନିଜର ବୋଲ୍ଡ ନେସ୍ ନେଇ ପ୍ରଶଂସକଙ୍କ ହାର୍ଟବିଟ୍ ବଢାଇଛନ୍ତି । ବଲିଉଡ ଅଭିନେତ୍ରୀ ଅମିଶା ପଟେଲ ଆଜିକାଲି ସୋସିଆଲ ମିଡିଆରେ ବହୁତ ସକ୍ରିୟ ।

ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅମିଷାର ସିଜଲିଂ ଏବଂ ବୋଲ୍ଡ ଫଟୋସୁଟ ସେୟାର କରିଛନ୍ତି । ପ୍ରାୟ ପ୍ରତ୍ୟେକ ଦିନ ସେ କିଛି ଭିଡିଓ କିମ୍ବା ଫଟୋ ସେୟାର କରି ଲାଇମଲାଇଟକୁ ଆସିଥାନ୍ତି । କିନ୍ତୁ ଏଥର ଅମିଶାଙ୍କ ସାହସିକତା ସମସ୍ତଙ୍କ ନିଦ ଉଡାଇ ଦେଇଛି । ପ୍ରଶଂସକଙ୍କ ହୃଦସ୍ପନ୍ଦନକୁ ବଢାଇ ଅଭିନେତ୍ରୀ ନିଜର ବୋଲ୍ଡ ଲୁକ୍ ସେୟାର କରିଛନ୍ତି ।

wp:html
/wp:html

ଏଥିରେ ସେ ଏକ ସ୍ୱଚ୍ଛ ସ୍ୱିମ୍ସୁଟ୍ ପିନ୍ଧିଥିବାର ନଜର ଆସିଛନ୍ତି । ଅମିଶା ପଟେଲ ହୁଏତ ଦୀର୍ଘ ଦିନ ଧରି କୌଣସି ଫିଲ୍ମରେ ଅଭିନୟ କରିନଥିବେ । କିନ୍ତୁ ଏହା ସତ୍ତ୍ୱେ ସେ ଆଲୋଚନାରେ ରହିଛନ୍ତି । ଯେତେବେଳେ ଅମିଷା ଇଣ୍ଡଷ୍ଟ୍ରିରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ସେତେବେଳେ ଲୋକମାନେ ତାଙ୍କ ସୁନ୍ଦର ଚେହେରା ଓ ସେକ୍ସି ଅନ୍ଦାଜରେ ମତୁଆଲା ହୋଇଥିଲେ । କିନ୍ତୁ ଆଜି ଅମିଷା ତାଙ୍କର ହଟ୍ ଅବତାର କାରଣରୁ ହେଡଲାଇନରେ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.