scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରମୁଖ ଖବର
  • ଉତ୍ତରକାଶୀ ଟନେଲରୁ ବଡ଼ ଖବର ।। ୧୭ ଦିନ ପରେ ଉଦ୍ଧାରରେ ମିଳିଲା ସଫଳତା ।। ସମସ୍ତ ୪୧ ଶ୍ରମିକ ଉଦ୍ଧାର ।। ସୁଡ଼ଙ୍ଗରେ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଶେଷ ।। ୧୭ ଦିନ ପରେ ସୁଡ଼ଙ୍ଗରୁ ସକୁଶଳ ଉଦ୍ଧାର ହେଲେ ୪୧ ଶ୍ରମିକ ।। ଉଦ୍ଧାର ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସେମାନଙ୍କ ପରିବାର ସହ ପଠାଗଲା ହସ୍ପିଟାଲ
  • ||

ମହିଳା ଜେଲ୍‌ରେ ହିଂସାକାଣ୍ଡ ଘଟଣା: ଗୁଳି ମାରିଲେ, ନିଆରେ ପୋଡ଼ି ଦେଲେ, ମୃତ୍ୟୁ ସଂଖ୍ୟା ୪୬କୁ ବୃଦ୍ଧି

22/06/2023 at 6:51 PM

ତେଗୁସିଗାଲାପା: କେନ୍ଦ୍ରୀୟ ଆମେରିକୀୟ ଦେଶ ହୋଣ୍ଡୁରାସ୍‌ର ଏକ ମହିଳା ଜେଲ୍‌ରେ ଚଳିତ ସପ୍ତାହରେ ହୋଇଥିବା ଦଙ୍ଗା ଓ ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା ୪୬କୁ ବୃଦ୍ଧି ପାଇଛି। ମୃତଦେହ ନେବାକୁ ଜେଲ୍ ବାହାରେ ସମ୍ପର୍କୀୟଙ୍କ ଲାଇନ୍ ଲାଗିଛି। ବୁଧବାର ହୋଣ୍ଡୁରାସ୍‌ର ଜଣେ ସରକାରୀ କର୍ମଚାରୀ ଏ ନେଇ ସୂଚନା ଦେଇଛନ୍ତି। ସମସ୍ତ ମୃତକ ଜେଲ୍‌ ଅନ୍ତେବାସୀ କି ନା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

ସରକାରୀ ଅଫିସର ପ୍ରବକ୍ତା ୟୁରି ମୋରା କହିଛନ୍ତି ଯେ ମୃତକଙ୍କ ସଂଖ୍ୟା ବଢ଼ିଛି। ମୃତକଙ୍କ ପରିବାର ଲୋକେ ସେମାନଙ୍କ ସମ୍ପର୍କୀୟଙ୍କୁ ଚିହ୍ନଟ କରିଛନ୍ତି। ସେଥିମଧ୍ୟରୁ କିଛି ଲୋକ ନିଆଁରେ ଜଳି ପାଉଁଶ ବି ହୋଇଯାଇଛନ୍ତି ବୋଲି ମୋରା କହିଛନ୍ତି।  

ସୂଚନା ଥାଉକି ପ୍ରତିଦ୍ୱନ୍ଦ୍ୱୀ ଗ୍ୟାଙ୍ଗର କଏଦୀ ଥିବା ଜେଲ୍‌କୁ ବିରୋଧୀମାନେ ପଶି ଅତର୍ଛା ଗୁଳିମାଡ଼ କରିବା ସହତ ନିଆଁ ଲଗାଇ ଦେଇଥିଲେ। ସେଣ୍ଟ୍ରୋ ଫେମିନିଓ ଡି ଆଡାପ୍ଟେସନ୍ ସୋସିଆଲ୍‌ରେ ୯୦୦ ମହିଳା ଜେଲ୍‌ରେ କଏଦୀ ରହିବାର ବ୍ୟବସ୍ଥା ରହିଥିଲା। ଏହି ଜେଲ୍‌ରେ ଏଭଳି କାଣ୍ଡ ଘଟିଥିବା ସୂଚନା ମିଳିଛି।

ପଢ଼ନ୍ତୁ –୫୦ ଦିନ ପରେବି ସୁଧୁରୁନି ସ୍ଥିତି, ମଣିପୁରରେ ସ୍କର୍ପିଓ ବିସ୍ଫୋରଣରେ ୩ ଆହତ

ହୋଣ୍ଡୁରାସ୍‌ର ରାଜଧାନୀ ତେଗୁସିଗାଲାପା ଠାରୁ ୨୦ କିମି ଦୂରରେ ଥିବା ଏହି ଜେଲ୍‌ ହିଂସା ପରେ ଧ୍ୱଂଶ ସ୍ତୁପରେ ପରିଣତ ହୋଇଯାଇଛି। ମୃତକଙ୍କ ମଧ୍ୟରୁ ୨୩ ଲୋକଙ୍କ ମୃତଦେହ ଚିହ୍ନଟ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ବୋଲି ଫୋରେନ୍ସିକ ମେଡିସିନ ଡାଇରେକ୍ଟୋରେଟ୍ ପ୍ରବକ୍ତା ଇସା ଆଲଭାରାଡୋ କହିଛନ୍ତି।

.

   Related Posts