scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୪୬ ଲକ୍ଷର ମଇଁଷି, ଦିନକୁ ଖାଉଛି ୪୦ କିଲୋ ଗାଜର, ଜିତିସାରିଛି ଅନେକ ସୌନ୍ଦର୍ଯ୍ୟ ପ୍ରତିଯୋଗିତା

30/09/2023 at 10:25 AM

ନୂଆଦିଲ୍ଲୀ ୩୦।୦୯:  ସାଧାରଣତଃ ଗାଈ, ମଇଁଷିଙ୍କୁ ଲୋକମାନେ ଘରେ ରଖିଥାନ୍ତି । ଏମାନଙ୍କ ଦୁଗ୍ଧରୁ ଦହି, ଛେନା ଓ ଘିଅ ତିଆରି କରି ଟଙ୍କା ରୋଜଗାର କରିଥାନ୍ତି ଗୋପାଳକ । ଏମାନଙ୍କ ଖାଦ୍ୟ ସାଧାରଣତଃ ଘାସ, କୁଣ୍ଡା ଚୋକଡ ହୋଇଥାଏ ।

କିନ୍ତୁ କେବେ ଶୁଣିଛନ୍ତି ମଇଁଷି ଗାଜର ଖାଇବା । ସେ ପୁଣି ଦିନକୁ ୪୦କେଜି । ଶୁଣି ନିଶ୍ଚୟ ଟିକେ ଅଜବ ଲାଗୁଥିବ । କିନ୍ତୁ ଆଜି ଆମେ ହରିଆଣାର ଜଣେ ମଇଁଷି ପାଳକଙ୍କ ବିଷୟରେ କହିବାକୁ ଯାଉଛୁ , ଯିଏକି ତାଙ୍କ ମଇଁଷି ପାଇଁ ଚର୍ଚ୍ଚାରେ । ହରିଆଣାର ଏହି ମଇଁଷି ପାଳକ ନିଜ ମଇଁଷିକୁ ଗାଜର ଖାଇବାକୁ ଦେଇ ଚର୍ଚ୍ଚାକୁ ଆସିଛନ୍ତି ।   

ମଇଁଷିଟି କେବଳ ଦିନକୁ ୪୦ କିଲୋ ଗାଜର ଖାଇଥାଏ ତା ନୁହେଁ ସେ ଅନେକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଭାଗ ନେଇଛି । ଏମତିକି ପ୍ରତିଯୋଗିତା ଜିତିଛି । ମଇଁଷିର ନାଁ ହେଉଛି ଧର୍ମା ।  ସେ ଦିନକୁ ୧୫ ଲିଟର ଖିର ଦେଉଛି । ତାକୁ ଲାଳନ ପାଳନ କରୁଛନ୍ତି ହରିଆଣାର ଭିବାନୀ ଜୁଇ ଗ୍ରାମର ସଞ୍ଜୟ । ୩ ବର୍ଷ ହେଲା ଧର୍ମା ସଞ୍ଜୟଙ୍କ ପାଖରେ ରହିଛି । ସଞ୍ଜୟ ତାଙ୍କ ମଇଁଷିକୁ ନିଜ ଛୁଆ ‌ଭଳି ପାଳିଛନ୍ତି ।

ସଞ୍ଜୟଙ୍କ କହିବା ଅନୁଯାୟୀ ଧର୍ମାକୁ ଲୋକେ ୪୬ ଲକ୍ଷ ଟଙ୍କା ଦେଇ ନେବକୁ ବି ରାଜି ଅଛନ୍ତି । ହେଲେ ସେ ୬୧ ଲକ୍ଷ ଟଙ୍କା ନଦେଲେ ନିଜ ମଇଁଷିକୁ ବିକିବେନି । ଧର୍ମା ଜନ୍ମଠାରୁ ସଞ୍ଜୟଙ୍କ ପାଖରେ ରହିଛି । ସେ ସବୁବେଳେ ସବୁଜ ପରିବା ଖାଇଥାଏ ।

ତାର ମୁଖ୍ୟ ଖାଦ୍ୟ ହେଉଛି ଗାଜର । ତେବେ ଧର୍ମା ପଞ୍ଜାବ ଓ ୟୁପିରେ ହୋଇଥିବା ଅନେକ ‌‌ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଭାଗ ନେଇ ଜିତିବା ପରେ ନିଜ ସୌନ୍ଦର୍ଯ୍ୟର ପ୍ରମାଣ ଦେଇ ସାରିଛନ୍ତି ।

You Can Read:

   Related Posts