ବାଲେଶ୍ବରରୁ ୪୬ କେଜି ଗଂଜେଇ ଜବତ

Published By : Prameya-News7 Bureau | June 22, 2018 IST

ଆଜି ବାଲେଶ୍ବର ଅବକାରୀ ବିଭାଗ ସୋର ଓ ବସ୍ତାରେ ଚଡ଼।ଉକରି ୪୬ କେଜି ଗଂଜେଇ ଧରିବାରେ ସକ୍ଷମ ହୋଇଛନ୍ତି । ଏଥିସହ ସେମାନେ ୪ ଜଣଙ୍କୁ ଗରିଫ କରିଛନ୍ତି । ବିଶେଷ ସୁତ୍ରରୁ ଖବର ପାଇ ଗୋଟାଏ ଟିମ୍ ବସ୍ତା ରେଳଷ୍ଟେସନ ଯାଇଥିଲେ । ସେଠାରେ ସେମାନେ ଜଣେ ମହିଳା ଓ ଦୁଇଜଣ ପୁରୁଷଙ୍କ ଠାରୁ ୪୨ କେଜି ଗଂଜେଇ ଜବଦ କରିଥିଲେ । ସେମାନେ ହେଲେ ରପ୍ସାର ଦୀପକ କୁମାର ଦାସ, ରଶ୍ମିତା ଦାସ ଓ ସଦରର ବରେନ୍ଦ୍ର ପାତ୍ର। ଦୀପକ ଓ ରଶ୍ମିତା ଦୁଇଟି ବ୍ୟାଗରେ ଗଞାଇ ଭର୍ତିକରି ନେଉଥିବା ବଳେ ବରେନ୍ଦ୍ର ଗୋଟାଏ ବସ୍ତାରେ ଗଞାଇ ଭର୍ତି କରି ପଶ୍ଚିମ ବଙ୍ଗ ନେଉଥିବାର ଜଣା ପଡ଼ଛି। ସେହିଭଳି ଆଉ ଗୋଟାଏ ଦଳ ସୋର ବ୍ଲକ ଖଇରା ଥାନା ଅନ୍ତର୍ଗତ ସୁଣ୍ଡୁୁରା ମହତ ପୁର ଗ୍ରାମରୁ ନିଞନ ସେଠୀକୁ ଗିରଫ କରିବାସହ ତା ନିକଟରୁ ୩ କେଜି ଗଞେଇ ଜବଦ କରିଥିଲେ । ଏହାର ମୂଲ୍ୟ ଏକ ଲକ୍ଷରୁ ଉର୍ଦ୍ଧଟଙ୍କା ହେବ ବୋଲି ଏକ୍ସସାଇଜ୍ ସୁପରିଟେଣ୍ଡେଣ୍ଟ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.