oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

‘ୟସ୍’ ମୁକାବିଲା, ତଳିଆ ଅଞ୍ଚଳରୁ ଲୋକଙ୍କୁ କରାଯାଉଛି ସ୍ଥାନାନ୍ତର

25/05/2021 at 10:15 AM

କେନ୍ଦ୍ରାପଡା, ୨୫ ।୫  ଆସୁଛି ବାତ୍ୟା । ବାତ୍ୟା ୟସ ଆସନ୍ତା ୧୨ ଘଣ୍ଟା ଭିତିରେ ଭେରି ସିଭିୟର ସାଇକ୍ଲୋନିକ ଷ୍ଟ୍ରମର ରୂପ ନେବ । ଆସନ୍ତା କାଲି ପାରାଦ୍ୱୀପରୁ ସାଗର ଦ୍ୱୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ଅନୁମାନ କରାଯାଇଛି । ଏହାର ମୁକାବିଲା ପାଇଁ ପ୍ରଶାସନିକ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି । ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ପ୍ରକିୟା ଆରମ୍ଭ ହୋଇଛି । କଚ୍ଚା ଘରେ ରହୁଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ପ୍ରଶାସନ ପକ୍ଷରୁ ନିଆଯାଉଛି ।

କେନ୍ଦ୍ରାପଡାରେ ସ୍ଥାନାନ୍ତର ପ୍ରକିୟା ଜାରି ରହିଛି । ଆଜି ସକାଳ ସୁଦ୍ଧା ୭,୭୫୪ ଜଣ ସ୍ଥାନାନ୍ତର କରାଯାଇଛି । ୪୯୪ ଆସନ୍ନ ପ୍ରସବା ସ୍ଥାନାନ୍ତର କରାଯାଇଛି । ମହାକାଳପଡାରେ ୪୪୩୫, ରାଜନଗର ୧୧୭୭ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ସ୍ଥାନାନ୍ତର ପ୍ରକିୟା ଜାରି ରହିଛି ।


କେନ୍ଦ୍ରାପଡା ଜିଲା ମହାକାଳପଡା ବ୍ଲକରେ ୟାସର ପ୍ରଭାବ ଦେଖିବାକୁ ମିଳିଲାଣି । ସୋମବାରଠାରୁ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ପବନର ବେଗ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । କେତେକ ସ୍ଥାନରେ କଚ୍ଚା ଘରର ନଡା ଛପର ଉଡି ଯାଇଛି । ମହାକାଳପଡାର ବଉଳକଣି, ସୁନିତି, ବତୀଘର, ରାମନଗର, ନାଚୁରା ପଞ୍ଚାୟତଗୁଡିକରେ ବାତ୍ୟାରେ ବିଶେଷ ପ୍ରଭାବିତ ହେବ ବୋଲି ଆଗୁଆ ସତର୍କତା କରାଯାଇଛି ।

   Related Posts