ଦେଶରେ ଖସୁଛି କରୋନା ଗ୍ରାଫ : ୨୪ଘଣ୍ଟାରେ ୪୫୨୩୦ ନୂଆ ସଂକ୍ରମିତ ଚିହ୍ନଟ, ସୁସ୍ଥ ହେଲେଣି ୭୫ଲକ୍ଷରୁ ଅଧିକ
2/11/2020 at 11:17 AM

ନୂଆଦିଲ୍ଲୀ ୦୨।୧୧: କରୋନା ଭାଇରସ ମାମଲାରେ ଭାରତରେ ପୁଣି ଥରେ ହ୍ରାସ ପାଇବାରେ ଲାଗିଛି । କିଛି ଦିନ ଦୈନିକ ସଂକ୍ରମଣ ସଂଖ୍ୟା ବଢିବାରେ ପୁଣି ଥରେ ହ୍ରାସ ପାଇଛି । ରବିବାର ଦିନ ୪୬,୬୯୩ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସୋମବାର ଦିନ ୪୫,୨୩୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୭୫ଲକ୍ଷ ପାର୍ ହୋଇଛି । ସେହିପରି ଦେଶରେ କରୋନାର ସକ୍ରିୟ ସଂଖ୍ୟା ୬ଲକ୍ଷ ତଳେ ରହିଛି ।
With 45,230 new #COVID19 infections, India's total cases surge to 82,29,313. With 496 new deaths, toll mounts to 1,22,607.
— ANI (@ANI) November 2, 2020
Total active cases are 5,61,908 after a decrease of 8,550 in last 24 hrs.
Total cured cases are 75,44,798 with 53,285 new discharges in the last 24 hrs. pic.twitter.com/RKeFutOhuS
କେନ୍ଦ୍ରୀୟ ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ , ଗତ ୨୪ଘଣ୍ଟାରେ ଦେଶରେ ୪୫,୨୩୦ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କରୋନାରେ ୪୯୬ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ କରୋନାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୨,୨୯,୩୧୩ରେ ପହଞ୍ଚିଛି ।
ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୭୫,୪୪,୭୯୮ ଜଣ କରୋନାରୁ ସୁସ୍ଥ ହୋଇସାରିଛନ୍ତି । ଗତ ୨୪ଘଣ୍ଟାରେ ଦେଶରେ ୫୩, ୨୮୫ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ କରୋନାରେ ଆକ୍ଟିଭ୍ କେସ୍ ଓ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟରେ ୭୦ଲକ୍ଷର ଅନ୍ତର ରହିଛି । ଦେଶରେ ମୋଟ ଆକ୍ଟିଭ୍ କେସ୍ ୫,୬୧,୯୦୮ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୧,୨୨,୬୦୭ଜଣ କରୋନାରେ ମୃତ୍ୟୁ ହୋଇସାରିଛି ।