କେନେଲ କ୍ଲବ ପକ୍ଷରୁ ଆୟୋଜିତ ଡଗ୍‌ ଶୋ'ରେ ୪୦ ପ୍ରଜାତିର ୪୫୦ରୁ ଉର୍ଦ୍ଧ୍ବ କୁକୁର: ଦେଖନ୍ତୁ ଏମାନଙ୍କୁ

Published By : Prameya-News7 Bureau | January 13, 2019 IST

ଭୁବନେଶ୍ବର୧୩|୧: ଓଡିଶା କେନେଲ କ୍ଲବ ପକ୍ଷରୁ ଆୟୋଜିତ ଡୋଗ ଶୋ ଆଜି ଉଦଯାପିତ ହୋଇଯାଇଛି । ଚଳିତ ଥର ‘ ଦ ଅଲ ବ୍ରିଡ ଚମ୍ପାୟାନ ସିପ୍ ଡୋଗ ଶୋ’ ରେ ୪୦ ପ୍ରଜାତିର ୪୫୦ରୁ ଉର୍ଦ୍ଧ୍ବ କୁକୁର ଏହି ଡୋଗ ଶୋ ରେ ଭାଗ ନେଇଥିଲେ ।

{"id":73649}

କମ ଅନ୍ । ସିଟ୍ ହିୟର । ଗୋ ଦେୟାର । ସିଟ୍ ସାଇଲେଣ୍ଟଲି । ପ୍ରଶିକ୍ଷକଙ୍କ ଏଭଳି ଇସାରାରେ ଚାଲୁଥିଲେ କୁକୁର । ରିଙ୍ଗରେ ରିଙ୍ଗରେ ଦେଖାଉଥିଲେ ଦକ୍ଷତା । ମାଲିକଙ୍କ ପାଦରେ ପାଦ ମିଶାଇ ଚାଲୁଥିଲେ । ବସ କହିଲେ ବସୁଥିଲେ । ଉଠ କହିଲେ ଉଠୁଥିଲେ । ପଟିରେ ବଲ ଧରି ମାଲିକଙ୍କ ମାଲିକଙ୍କ ପାଖରେ ପହଞ୍ଚି ଯାଉଥିଲେ । ଯାହା ଦର୍ଶକଙ୍କୁ ମଧ୍ୟ ଭରପୁର ମନୋରଞ୍ଜନର ଖୋରାକ ଯୋଗାଉଥିଲା ।

{"id":73650}

କୁକୁରମାନଙ୍କ ଏଭଳି କିଛି ନିଅରା କାରନାମା ଦେଖିବାକୁ ମଳିଥିଲା ‘ ଦ ଅଲ ବ୍ରିଡ ଚମ୍ପାୟାନ ସିପ୍ ଡୋଗ ଶୋ ରେ । ଓଡିଶା କେନେଲ କ୍ଲବ ପକ୍ଷରୁ ଆରମ୍ଭ ହୋଇଥିବା ଡୋଗ ଶୋ ର ଉଦଯାପନୀ ଦିବସରେ ଦ ଅଲ ବ୍ରିଡ ଚମ୍ପାୟାନ ପ୍ରତିଯୋଗିତା ହୋଇଥିଲା ।

{"id":73651}

ପ୍ରଶିକ୍ଷକ ତଥା ମାଳିକଙ୍କ ସହ ସେମାନେ ଭାଗ ନେଇ ବିଚାରକଙ୍କ ନଜରକୁ ଆସିଥିଲେ । ଓଡିଶା ସମେତ, ନାଗପୁର ମୁମ୍ବାଇ, ହାଇଦ୍ରାବାଦ, ଦିଲ୍ଲୀରୁ ଆସିଥିବା କୁକୁରଙ୍କ ଉପରେ ସମସ୍ତଙ୍କ ନଜର ଥିଲା ।  ଜର୍ମାନ ସେଫର୍ଡ, ଗୋଲଡେନ ରେଟ୍ରିଭର, ବେଲଜିଆ ମାଲିନଇସ ସମେତ ଇଣ୍ଡିଆ ବ୍ରିଡର କୁକୁର ମଧ୍ୟ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଥିଲା ।

{"id":73652}

ବିଭିନ୍ନ ପର୍ଯ୍ୟାୟରେ ଦୀର୍ଘ ସମୟ ଧରି ପ୍ରତିଯୋଗିତା ଚାଲିଥିଲା । ସେପଟେ କୁକରଙ୍କ ପ୍ରତିଟି ଷ୍ଟେପକୁ ବି ବିଚାରକମାନେ ତୀକ୍ଷ୍ଣଭାବେ ନଜର ରଖିଥିଲେ । ଚଳିତ ଥର ମୁଖ୍ୟ ଆକର୍ଷଣ ଥିଲା ଇଣ୍ଡିଆନ ବ୍ରିଡ କୁକୁର ।

{"id":73653}

ଚଳିତ ଥର ଦୁଇ ଦିନିଆ ଡଗ୍‌ ଶୋ ରେ ୪୦ ଟି ପ୍ରଜାତିର କୁକୁର ଭାଗ ନେଇଥିଲେ । ସେପଟେ ୪୫୦ ରୁ ଉର୍ଦ୍ଧ୍ବ କୁକୁର ରିଙ୍ଗରେ ରଙ୍ଗରେ ଜଲଓ୍ବା ଦେଖାଇଥିଲେ । ଡଗ୍‌ ଶୋରେ ୧୧ ଟି ମାନଦଣ୍ଡକୁ ନଜରରେ ରଖି ପ୍ରତିଯୋଗିତାରେ କିଏ ଚମ୍ପିୟାନ ହେବ ତହା ନିର୍ଧାରଣ ହୋଇଥିଲା ।

{"id":73654}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.