ଉଦୟପୁର ବେଳାଭୂମିରେ କଇଁଛଙ୍କ ଅଣ୍ଡାଦାନ, ମୁରଲିଚଢ ହେଚାରୀରେ ରଖିଛି ବନବିଭାଗ

Published By : Prameya-News7 Bureau | March 04, 2024 IST

ଭୋଗରାଇ ୦୪/୦୩ : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଉଦୟପୁର ବେଳାଭୂମିରେ ଚାରି କଇଁଛଙ୍କ ୪୦୦ ରୁ ଅଣ୍ଡାଦାନ । ବନ ବିଭାଗ ପକ୍ଷରୁ ଏହାର ସୁରକ୍ଷା ପାଇଁ ମୁରଲିଚଢ ନିକଟରେ ହୋଇଥିବା ହେଚାରୀରେ ରଖାଯାଇଛି ।

ସୂଚନାଥାଉକି, ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକ ତଳସାରୀ ବେଳାଭୂମି ନିକଟସ୍ଥ ମୁରଲୀଚଢ ଓ ନାରାୟଣ ମହାନ୍ତି ପଡିଆରୁ ରବିବାର ରାତିରେ ଚାରୋଟି କଇଁଛ କୂଳକୁ ଆସି ୪୪୩ ଅଣ୍ଡାଦାନ କରିଛନ୍ତି । ଏହାର ସୁରକ୍ଷା ଦୃଷ୍ଟିରୁ ଜଳେଶ୍ୱର ବନ ରେଞ୍ଜରଙ୍କ ନିର୍ଦ୍ଦେଶ କ୍ରମେ ଉଦୟପୁର ବନପାଳ ପରମାନନ୍ଦ ନାୟକଙ୍କ ନେତୃତ୍ୱର ୧୫ ଜଣିଆ ଟିମ ଏହା ଉପରେ ନଜର ରଖିଛି ।

wp:embed {"url":"https://www.prameyanews7.com/3-lakh-loot-from-man-at-koel-nagar-rourkela/","type":"wp-embed","providerNameSlug":"prameya-news-7"}
https://www.prameyanews7.com/3-lakh-loot-from-man-at-koel-nagar-rourkela/
/wp:embed

ରବିବାର ରାତିରେ ବନ ବିଭାଗ ପକ୍ଷରୁ ଉଦୟପୁର ବେଳାଭୂମିରେ ଏହି ଟିମ ଡେରା ପକାଇଥିଲା । ଯାହା ବନ ବିଭାଗକୁ ବଡ ସଫଳତା ମିଳିଛି ବୋଲି ବନପାଳ କହିଛନ୍ତି । ଏହାସହ ଆଗକୁ ବେଳାଭୂମି ଉପରେ ତୀକ୍ଷ୍ଣ ନଜର ଦିଆଯିବା ସହ ଅଣ୍ଡାଗୁଡିକୁ କିପରି ସୁରକ୍ଷା ଦେଇ କଇଁଛ ଶାବକ ଶୃଷ୍ଟି କରାଯିବ ସେଥିପ୍ରତ ଧ୍ୟାନ ଦିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.