ଶ୍ରୀରାମ ମହାବିଦ୍ୟାଳୟର ୪୪ତମ ବାର୍ଷିକ ଉତ୍ସବ, ଛାତ୍ରୀନିବାସ ନିମନ୍ତେ ଦୁଇ କୋଟିରୁ ଅଧିକ ଟଙ୍କା ମଞ୍ଜୁର

Published By : Prameya-News7 Bureau | January 20, 2023 IST

ସୁବର୍ଣ୍ଣପୁର ୨୦/୦୧: ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଶ୍ରୀରାମ ମହାବିଦ୍ୟାଳୟର ୪୪ ତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ତରଣୀସେନ ବେହେରାଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଯୋଗ ଦେଇଥିଲେ ।

ଓଡିଶା ସରକାରଙ୍କ ଅର୍ଥ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ନିରଞ୍ଜନ ପୂଜାରୀ ଯୋଗଦେଇ ମହାବିଦ୍ୟାଳୟ ପରିସରରେ ଏକ ୧୦୦ ଶଯ୍ୟା ବିଶିଷ୍ଟ ଓବିସି ଛାତ୍ରୀନିବାସ ନିର୍ମାଣ ସକାଶେ ଦୁଇ କୋଟି ଆଠ ଲକ୍ଷ ଅର୍ଥରାଶି ପ୍ରଦାନ କରିବାକୁ ଘୋଷଣା କରିଥିଲେ ।

wp:html /wp:html

ଏ ଅବସରରେ ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ରୋହିତ ପୂଜାରୀ, ଭଟଲି ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ପୂର୍ବତନ ଶ୍ରମ ମନ୍ତ୍ରୀ ଶ୍ରୀଯୁକ୍ତ ଶୁଶାନ୍ତ ସିଂ, ବରଗଡ଼ ନିର୍ବାଚନ ମଣ୍ଡଳୀର ଯୁବ ବିଧାୟକ ଶ୍ରୀଯୁକ୍ତ ଦେବେଶ ଆଚାର୍ଯ୍ୟ, ଜିଲ୍ଲାପାଳ ଶ୍ରୀମତୀ ଆବୋଲି ସୁନିଲ ନରୱଣେ, ଜିଲ୍ଲା ପୋଲିସ ଆରକ୍ଷି ଅଧିକ୍ଷକ ଶ୍ରୀଯୁକ୍ତ ଅମରେଶ କୁମାର ପଣ୍ଡା, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଲକ୍ଷ୍ମଣ ଭୋଇ , ଜିଲ୍ଲା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁପାର ଠେଲା, ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ପୂଜାରୀ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ ।

ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ରୋହିତ ପୂଜାରୀ ଶ୍ରୀରାମ ମହାବିଦ୍ୟାଳୟରେ ଆଧୁନିକ ଶିକ୍ଷାର ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟର ଏକ ଶାଖା ଖୋଲିବା ସହ ନିକଟ ଭବିଷ୍ୟତରେ ଖୁବ୍ କମ୍ ସମୟରେ ଏଠାରେ ପି.ଜି. ପାଠ୍ୟକ୍ରମ ମଧ୍ୟ ଉପଲବ୍ଧ ହେବ ବୋଲି ଘୋଷଣା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.