ନୂତନ ସଂସଦ ଭବନର ୪୪ ପ୍ରତିଶତ ନିର୍ମାଣ ପୂରା, ଏ ପର୍ଯ୍ୟନ୍ତ ଖର୍ଚ୍ଚ ହେଲାଣି ୪୮୦ କୋଟି

Published By : Prameya-News7 Bureau | March 21, 2022 IST

ନୂଆଦିଲ୍ଲୀ ୨୧।୦୩: ନୂତନ ସଂସଦ ଭବନର ନିର୍ମାଣ କାମ ୪୪ ପ୍ରତିଶତ ପୂରା ହୋଇ ସାରିଛି। ସୋମବାର ସଂସଦରେ ଜଣାଇଛନ୍ତି କେନ୍ଦ୍ର ସରକାର। ଏ ପର୍ଯ୍ୟନ୍ତ ନିର୍ମାଣରେ ୪୮୦ କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଛି। ପ୍ରକଳ୍ପର ନିର୍ମାଣ ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ପୂରା ହେବା ନେଇ ସମୟ ନିର୍ଦ୍ଧାରିତ କରାଯାଇଛି।

ସରକାର ଚଳିତ ବର୍ଷ ଶୀତକାଳୀନ ଅଧିବେଶନ ନୂତନ ଭବନରେ କରାଇବା ନେଇ ଯୋଜନା ରଖିଛନ୍ତି। ବାସଭବନ ଏବଂ ସହରାଞ୍ଚଳ ବିକାଶ ରାଷ୍ଟ୍ର ମନ୍ତ୍ରୀ କୌଶଳ କିଶୋର ଏକ ପ୍ରଶ୍ନର ଲିଖିତ ଉତ୍ତରରେ ରାଜ୍ୟସଭାରେ ଉପରୋକ୍ତ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଗାମୀ ସମୟରେ ସରକାର ଦ୍ଵାରା ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପରେ ୨୨୮୫ କୋଟି ଟଙ୍କା ଖର୍ଚ୍ଚ କରାଯାଇପାରେ।

ମନ୍ତ୍ରୀଙ୍କ ଅନୁଯାୟୀ, ଏହି ପ୍ରକଳ୍ପରେ ୨୦୨୧-୨୨ରେ ସରକାରଙ୍କ ଦ୍ଵାରା ୧୪୨୩ କୋଟି ଟଙ୍କା ଖର୍ଚ୍ଚ କରାଯିବାର ସମ୍ଭାବନା ରହିଛି। ବିଜୟ ଚୌକରୁ ଇଣ୍ଡିଆ ଗେଟ୍‌ ପର୍ଯ୍ୟନ୍ତ ସେଣ୍ଟ୍ରାଲ ଭିଷ୍ଟା ଏଭେନ୍ୟୁର ପୁନର୍ବିକାଶ ପ୍ରକଳ୍ପରେ ୮୦ ପ୍ରତିଶତ ପ୍ରଗତି ହାସଲ ହୋଇଛି। ଏହା ଉପରେ ୪୪୧ କୋଟି ଟଙ୍କା ଖର୍ଚ୍ଚ କରାଗଲାଣି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.