୪୪ ଜଣିଆ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କଲା କଂଗ୍ରେସ ; ରାହୁଲ ଗାନ୍ଧୀଙ୍କ ମୋହରକୁ ଅପେକ୍ଷା

Published By : Prameya-News7 Bureau | October 01, 2018 IST

ଭୁବନେଶ୍ୱର ୧/୧୦ : ୪୪ ନିର୍ବାଚନ ମଣ୍ଡଳି ପାଇଁ ବିଧାୟକ ପ୍ରାର୍ଥୀ ସ୍ଥିର କରିଛି ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି ଏବଂ ଏଏଇସିସିସର ସ୍କ୍ରିନିଂ କମିଟି | ତାଲିକାରେ ବିଜୟ ସମ୍ଭାବନା, ଯୁବବର୍ଗ ଓ ମହିଳାଙ୍କୁ ଚୟନ ବେଳେ ଅଗ୍ରାଧିକାର ଦିଆଯାଇଛି ବୋଲି ବୈଠକ ପରେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି | ଆଗାମୀ ନିର୍ବାଚନ ପାଇଁ କଂଗ୍ରେସ ସବୁଠୁ ଆଗୁଆ ପ୍ରାର୍ଥୀ ଘୋଷଣା କରିବ ବୋଲି ପୂର୍ବରୁ ଘୋଷଣା କରିଥିଲା | ସେହି ଅନୁସାରେ ପ୍ରାର୍ଥୀ ଚୟନ ପାଇଁ ଭୁବନେଶ୍ୱର କଂଗ୍ରେସ ଭବନ ଠାରେ ଆଜି ପିଇସି ଓ ସ୍କ୍ରିନିଂ କମିଟିର ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା | ଏଆଇସିସି ସ୍କ୍ରିନିଂ କମିଟି ଅଧ୍ୟକ୍ଷ ପି.ଭି ସତ୍ୟସାନ, ସିଏସିର ସଦସ୍ୟ ଏବଂ ପ୍ରଦେଶ କଂଗ୍ରେସର ସଭାପତି ନିରଞ୍ଜନ ପଟ୍ଟନାୟକ, ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂ ପ୍ରମୁଖ ଉପସ୍ଥିତ ଥିଲେ | ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ପିସିସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ୪୪ଟି ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଚୂଡାନ୍ତ କରାଯାଇଛି | ଏହି ତାଲିକାକୁ ଏଆଇସିସିର ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିକଟକୁ ପଠାଯିବ | ରାହୁଲ ଗାନ୍ଧୀ ଏଥିରେ ମୋହର ମାରିବା ପରେ ତାଲିକାକୁ ସାର୍ବଜନୀନ କରାଯିବ | ତେବେ ପ୍ରାର୍ଥୀ ଘୋଷଣା ନେଇ କୌଣସି ଡେଡଲାଇନ ନାହିଁ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ସ୍କ୍ରିନିଂ କମିଟି ଅଧ୍ୟକ୍ଷ ପି.ଭି ସତ୍ୟସାନ କହିଛନ୍ତି | ପିଇସି ପକ୍ଷରୁ ପ୍ରାର୍ଥୀ ଚୟନ ନେଇ ପୂର୍ବରୁ ଗାଇଡଲାଇନ ପ୍ରସ୍ତୁତ କରାଯାଇଥିଲା | ଏହି ଗାଇଡଲାଇନ ଅନୁଯାୟୀ ଆଜି ଆଲୋଚନା ହୋଇଥିଲା | ପିଇସି ଆଣିଥିବା ତାଲିକା ଉପରେ ହିଁ ଚର୍ଚ୍ଚା ହୋଇଥିଲା | ସମ୍ଭାବ୍ୟ ୫୦ ବିଧାୟକ ପ୍ରାର୍ଥୀ ତାଲିକା ଉପରେ ଆଲୋଚନା ହୋଇଥିଲା | ୫୦ ନିର୍ବାଚନମଣ୍ଡଳୀରୁ ୩ ଜଣ ଲେଖାଏଁ ୧୫୦ ଜଣଙ୍କ ନାଁ ଆସିଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.