ଆକ୍ରାନ୍ତ ସଂଖ୍ୟା କମୁଛି, ସୁସ୍ଥ ହେଉଛନ୍ତି ଅଧିକ: ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୪୩୮୦
1/10/2020 at 7:28 PM

ଭୁବନେଶ୍ଵର ୦୧।୧୦: ଗତ କିଛି ଦିନ ହେବ ରାଜ୍ୟରେ ଆକ୍ରାନ୍ତଙ୍କ ତୂଳନାରେ ସୁସ୍ଥ ସଂଖ୍ୟା ବଢିବାରେ ଲାଗିଛି। କେଇ ଦିନ ହେବ ନୂତନ ସଂକ୍ରମିତଙ୍କ ସଂଖ୍ୟା ଚାରି ହଜାରରୁ କମ ରହୁଛି। ଆଶ୍ଵସ୍ତିକର କଥା ସଂପ୍ରତି ସୁସ୍ଥହାର ବଢିବାରେ ଲାଗିଛି। ଏହି କ୍ରମରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୩୮୦ କୋଭିଡ୍-୧୯ ପଜିଟିଭ୍ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଆରୋଗ୍ୟଙ୍କ ସଂଖ୍ୟା ୧ ଲକ୍ଷ ୯୦ ହଜାର ୮୦ରେ ପହଞ୍ଚିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଗୁରୁବାର ଟ୍ଵିଟ୍ ଯୋଗେ ଏହାର ସୂଚନା ଦିଆଯାଇଛି।
ଖୋର୍ଦ୍ଧାରୁ ଯେଉଁଭଳି ନୂତନ ରୋଗୀ ଚିହ୍ନଟ ହେଉଛନ୍ତି ସେହି ଅନୁସାରେ ଆକ୍ରାନ୍ତ ସୁସ୍ଥ ମଧ୍ୟ ହେଉଛନ୍ତି। ଏହି ୨୪ ଘଣ୍ଟାରେ ଜିଲ୍ଲାରୁ ୭୭୦ ଜଣ କରୋନାମୁକ୍ତ ହୋଇଛନ୍ତି। ଏହି ପରି ଦ୍ଵିତୀୟରେ ରହୁଥିବା କଟକ ଜିଲ୍ଲାରୁ ୫୫୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଜଗତସିଂହପୁରରୁ ୨୩୩, ସୁନ୍ଦରଗଡରୁ ୨୩୩, ଯାଜପୁରରୁ ୧୯୮, ପୁରୀରୁ ୧୯୨, ଝାରସୁଗୁଡାରୁ ୧୬୮, ମୟୂରଭଞ୍ଜରୁ ୧୫୫, ବରଗଡରୁ ୧୩୫, କେନ୍ଦ୍ରାପଡାରୁ ୧୨୪, ବାଲେଶ୍ଵରରୁ ୧୨୨, ଅନୁଗୁଳରୁ ୧୧୯, ସମ୍ବଲପୁରରୁ ୧୧୩, ନୟାଗଡରୁ ୧୦୩, କଳାହାଣ୍ଡିରୁ ୧୦୨ ଜଣ ଆକ୍ରାନ୍ତ ଆରୋଗ୍ୟଲାଭ କରିଛନ୍ତି।
Another 4380 Covid patients have recovered and are being discharged on 01.10.2020
— H & FW Dept Odisha (@HFWOdisha) October 1, 2020
770 from Khordha
558 from Cuttack
233 from Jagatsinghpur
233 from Sundargarh
198 from Jajapur
192 from Puri
168 from Jharsuguda
155 from Mayurbhanj
135 from Bargarh
124 from Kendrapara
ସେହିପରି ଢେଙ୍କାନାଳରୁ ୯୦, ନବରଙ୍ଗପୁରରୁ ୮୨, ନୂଆପଡାରୁ ୭୬, ସୋନପୁରରୁ ୭୫, କେନ୍ଦୁଝରରୁ ୭୨, କନ୍ଧମାଳରୁ ୬୧, ଭଦ୍ରକରୁ ୬୦, କୋରାପୁଟରୁ ୫୩, ବଲାଙ୍ଗିରରୁ ୪୯, ମାଲକାନଗିରିରୁ ୪୬, ଗଞ୍ଜାମରୁ ୪୨, ରାୟଗଡାରୁ ୪୨, ବୌଦ୍ଧରୁ ୩୮, ଦେବଗଡରୁ ୨୦ ଓ ଗଜପତି ଜିଲ୍ଲାରୁ ୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
42 from Rayagada
— H & FW Dept Odisha (@HFWOdisha) October 1, 2020
38 from Boudh
20 from Deogarh
12 from Gajapati
237 from State Pool
The total recovered cases of Odisha now stand at 190080
ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୬୧୫ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ପରେ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୨୨ ହଜାର ୭୩୪କୁ ବୃଦ୍ଧି ଘଟିଛି। ଏଥିରୁ ୧ ଲକ୍ଷ ୯୦ ହଜାର ୮୦ ରୋଗୀ କରୋନାରୁ ଆରୋଗ୍ୟ ହୋଇଛନ୍ତି। ହେଲେ ଆଜି ସର୍ବାଧିକ ୧୭ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୫୯ରେ ପହଞ୍ଚିଛି।