ଭାରତ ଛାଡ଼ି ଏହି ମୁସଲିମ୍ ଦେଶକୁ ବାଛିପାରନ୍ତି ବହୁ କୋଟିପତି, ଚଳିତ ବର୍ଷ ୪୩୦୦ ଜଣ କରିପାରନ୍ତି ପଳାୟନ

Published By : Prameya-News7 Bureau | June 19, 2024 IST

ନୂଆଦିଲ୍ଲୀ: ଚଳିତ ବର୍ଷ ଅର୍ଥାତ୍ ୨୦୨୪ରେ ପ୍ରାୟ ୪୩୦୦ ଜଣ କୋଟିପତି ଭାରତ ଛାଡି ଅନ୍ୟ ଦେଶକୁ ଯାଇପାରନ୍ତି । ଇଣ୍ଟରନ୍ୟାସନାଲ ଇନଭେଷ୍ଟମେଣ୍ଟ ଫାର୍ମ ହେନଲେ ଆଣ୍ଡ ପାର୍ଟନର୍ସ ନିଜର ସଦ୍ୟ ରିପୋର୍ଟରେ ଏହା ଦାବି କରିଛି । ହେନଲେ ଆଣ୍ଡ ପାର୍ଟନର୍ସର ରିପୋର୍ଟରେ କୁହାଯାଇଛି ଯେ ଭାରତ ଛାଡ଼ିବାକୁ ଥିବା କୋଟିପତିଙ୍କ ମଧ୍ୟରୁ ଅଧିକାଂଶ ୟୁଏଇକୁ ନିଜର ମନ ପସନ୍ଦର ଗନ୍ତବ୍ୟ ସ୍ଥଳ ବାଛି ପାରନ୍ତି ।

ଏହି ରିପୋର୍ଟକୁ ଆଧାର କରି ଏନଡିଟିଭି କହିଛି ଯେ ଗତ ବର୍ଷ ପ୍ରାୟ ୫୧୦୦ କୋଟିପତି ଭାରତ ଛାଡ଼ି ବିଦେଶକୁ ଚାଲି ଯାଇଛନ୍ତି । ରିପୋର୍ଟରେ କୁହାଯାଇଛି ଯେ ଦୁନିଆର ସବୁଠାରୁ ଦ୍ରୁତ ବେଗରେ ବଢୁଥିବା ଅର୍ଥବ୍ୟବସ୍ଥା ଭାରତ କୋଟିପତିଙ୍କ ପଳାୟନ ମାମଲାରେ ଦୁନିଆରେ ଚୀନ ଏବଂ ବ୍ରିଟେନ ପରେ ରହିଛି । କୁହାଯାଉଛି ଯେ ଦୁନିଆର ସବୁଠୁ ଅଧିକ ଜନସଂଖ୍ୟା ଥିବା ଭାରତ ଠାରୁ ଚୀନ କୋଟିପତିଙ୍କ ପଳାୟନ ୩୦ ପ୍ରତିଶତ ଅଧିକ ରହିଛି ।

ରିପୋର୍ଟରେ କୁହାଯାଇଛି ଯେ ଭାରତ ପ୍ରତିବର୍ଷ ହଜାର ହଜାର କୋଟିପତିଙ୍କୁ ହରାଉଛି । ଏଥିରୁ ଅଧିକାଂଶ ୟୁଏଇରେ ବାସ କରୁଛନ୍ତି । ଏହି ରିପୋର୍ଟ ଅନୁସାରେ ଚଳିତ ବର୍ଷ ଅର୍ଥାତ୍ ୨୦୨୪ରେ ସାରା ଦୁନିଆରେ ପ୍ରାୟ ୧,୨୮,୦୦୦ କୋଟିପତି ପଳାୟନ କରିବାର ଅନୁମାନ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.