ଫେସବୁକ ଓ ଜିଓ ମଧ୍ୟରେ ୪୩ ହଜାର କୋଟିର କାରବାର, ଚିନ୍ତାରେ ଆମାଜନ୍ ଓ ଫ୍ଲିପକାର୍ଟ୍

Published By : Prameya-News7 Bureau | April 24, 2020 IST

ନୂଆଦିଲ୍ଲୀ, ୨୪|୦୪:    ଦୁନିଆର ସବୁଠୁ ବଡ ସାମାଜିକ ଗଣମାଧ୍ୟମ କମ୍ପାନୀ ଫେସ୍‌ବୁକ୍ ଭାରତର ସବୁଠୁ ବଡ ବିତଶାଳୀ ରିଲାନ୍ସ ଇଣ୍ଟ୍ରଷ୍ଟିଜ୍‌ର ମାଲିକ ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମରେ ୪୩ ହଜାର ୫୭୪ କୋଟି ଟଙ୍କାର ନିବେଶ କରିବାକୁ ଘୋଷଣା କରିଛି । ରିଲାନ୍ସ ଜିଓ ପକ୍ଷରୁ ବୁଧବାର ଜାରି ପ୍ରେସ୍‌ବିଜ୍ଞପ୍ତିରେ ଏହାର ଘୋଷଣା କରାଯାଇଛି । ବିଜ୍ଞପ୍ତିରେ କୁହାଯାଇଛି ଯେ, ଜିଓ ପ୍ଲାଟଫର୍ମରେ ପେସ୍‌ବୁକ୍‌ ୪୩ ହଜାର ୫୭୪ କୋଟି ଟଙ୍କା ନିବେଶ କରି ୯.୯୯ ପ୍ରତିଶତ ଅଂଶଧନ କିଣିଛି ।

ଏହି ନିବେଶ ନେଇ ଜିଓ କହିଛି ଯେ, ଫେସ୍‌ବୁକ୍ ଓ ଜିଓ ମଧ୍ୟରେ ହୋଇଥିବା ଏହି ଚୁକ୍ତିନାମ ଅନେକ ଦୃଷ୍ଟିରୁ ମହତ୍ୱପୂର୍ଣ୍ଣ । ପ୍ରଦ୍ୟୋଗୀକଂପାନୀରେ ଏତେ କମ୍‌ ଅଂଶଧନ କିଣିବା ପାଇଁ ଏହା ସବୁଠାରୁ ବଡ ନିବେଶ ହୋଇଛି । ଭାରତରେ କୌଣସି ପ୍ରଦ୍ୟୋଗୀ କଂପାନୀରେ ପୂର୍ବରୁ ଏହିପରି ବଡ ଧରଣର ନିବେଶ ହୋଇନଥିଲା । ଜିଓ ଓ ଫେସ୍‌ବୁକ ମଧ୍ୟମରେ ହୋଇଥିବା ଚୁକ୍ତି ପରେ ଜିଓ ପ୍ଲାଟଫର୍ମରେ ଛୋଟ ଛୋଟ ଅଂଶଧନ ଶ୍ରେଣୀରେ ଫେସ୍‌ବୁକ୍‌ର ଭାଗୀଦାରୀ ଅଧିକ ରହିବ ।

{"id":259430,"width":750,"height":422,"sizeSlug":"large"}

ବିଶେଷଜ୍ଞଙ୍କ କହିବାନୁସାରେ, ଏହା ଭାଗିଦାରୀ ଆମାଜାନ, ଫ୍ଲିପକାର୍ଟ ଓ ଗୁଗୁଲ ପାଇଁ ବିପଦ ସୃଷ୍ଟି କରିବ । ଫେସବୁକ ସାହାଯ୍ୟରେ ମୁକେଶ ଅମ୍ବାନୀଙ୍କ ଜିଓ ମାର୍ଟ ଫ୍ଲିପକାର୍ଟ ଓ ଆମାଜାନ ଉପରେ ପ୍ରଭାବ ବିସ୍ତାର କରିବ । ଭାରତରେ ଇ-କମର୍ସ କମ୍ପାନୀର ଭବିଷ୍ୟତ ଭଲ ରହିଛି । ୨୦୧୮ରେ ଏହାର କାରବାର ୩୦ ବିଲିୟନ ଡଲାର ଥିବା ବେଳେ ୨୦୨୮ରେ ଏହା ୨୦୦ ବିଲିୟନ ଡଲାରରେ ପହଁଚିବ ।

ଜିଓ ମାର୍ଟ ପ୍ରଥମେ ଗ୍ରୋସରୀ ସାମଗ୍ରୀରେ ନିଜର ଦବଦବା ଜାହିର କରିବ । ଗ୍ରାହକମାନେ ମୋବାଇଲ କନେକ୍ସନ, ଟେଲିଭିଜନ, ମ୍ୟୁଜିକ ଭଳି ସେବା ରିଲିଆନ୍ସରୁ କ୍ରୟ କରିପାରିବେ ।ଏହାକୁ ନେଇ ଫ୍ଲିପକାର୍ଟ ଓ ଆମାଜାନର ଚିନ୍ତା ବୃଦ୍ଧି ପାଇଛି । କାରଣ ଜିଓ ମାର୍ଟ ଗ୍ରାହକଙ୍କ ଚାହିଦା ପୂରଣ କରିପାରିବ ।

ବିଶେଷଜ୍ଞ ସଲମାନ ବାରିସଙ୍କ କହିବାନୁସାରେ, ଫେସବୁକ ଓ ଜିଓର ଏହି ଭାଗିଦାରୀରେ ରିଲିଆନ୍ସ ଓ ଫେସବୁକ ଭାରତୀୟ ଡିଜିଟାଲ ପେମେଣ୍ଟରେ ମଧ୍ୟ ଉପସ୍ଥିତି ଜାହିର କରିବ । ଫୋନ-ପେ, ପେଟିଏମ, ଗୁଗୁଲ ପେ, ଆମାଜନ ପେ ଭଳି କମ୍ପାନୀ ଲାଭରେ ରହିବେ । ୨୦୨୩ ସୁଦ୍ଧା ଡିଜିଟାଲ ପେମେଣ୍ଟରେ ୫ ଗୁଣା କାରବାର ବୃଦ୍ଧି ପାଇବା ସହ ୧ ଲକ୍ଷ ଡଲାରରେ ପହଁଚିଯିବ । ଭାରତରେ ଫେସବୁକର ୩୨.୮ କୋଟି ୟୁଜର ରହିଛନ୍ତି । ଏହାସହ ମେସେଜିଂ ଆପ୍ ହ୍ଲାଟସଆପରେ ୪୦ କୋଟି ୟୁଜର ରହିଛନ୍ତି । ଏହି ଭାଗିଦାରୀ ବିଶ୍ୱ ତଥା ଭାରତର ସବୁଠାରୁ ବଡ ପ୍ଲାଟଫର୍ମ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.