ବ୍ରିଟେନ୍ ଫେରନ୍ତାଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର : ଓଡିଶାକୁ ୪୩, ଭୁବନେଶ୍ୱରକୁ ୨୧ଜଣ ଫେରିଛନ୍ତି...

Published By : Prameya-News7 Bureau | December 25, 2020 IST

ଭୁବନେଶ୍ୱର ୨୫।୧୨: ବ୍ରିଟେନ୍ ଫେରନ୍ତାଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର । କରୋନାର ନୂଆ ଷ୍ଟ୍ରେନ୍ ମିଳିବା ପରେ ବ୍ରିଟେନରୁ ୪୩ ଜଣ ଓଡ଼ିଶା ଫେରିଛନ୍ତି । ଭୁବନେଶ୍ବରକୁ ସର୍ବାଧିକ ୨୧ ଜଣ ବ୍ରିଟେନରୁ ଫେରିଛନ୍ତି । ଖୋର୍ଦ୍ଧାକୁ ଜଣେ, କଟକକୁ ୫, କୋରାପୁଟ ଓ ବ୍ରହ୍ମପୁରକୁ ୨ ଜଣ ଲେଖାଏଁ ଫେରିଛନ୍ତି । ସେହିପରି ଯାଜପୁର, ରାଜଗାଙ୍ଗପୁର, ସମ୍ବଲପୁର, ଜଗତସିଂହପୁର ଓ ସାକ୍ଷୀଗୋପାଳକୁ ମଧ୍ୟ ଜଣେ ଲେଖାଏଁ ଫେରିଛନ୍ତି । ସମସ୍ତ ଜିଲ୍ଲାପାଳ ଓ ସିଡିଏମ୍ଓଙ୍କୁ ତାଲିକା ଦେଇଛି ସ୍ବାସ୍ଥ୍ୟ ବିଭାଗ । ଆସିଥିବା ବ୍ରିଟେନ ଫେରନ୍ତା ଓ ତାଙ୍କ ପରିବାର ଲୋକଙ୍କ  RT-PCR ଟେଷ୍ଟ କରାଇବାକୁ ନିର୍ଦେଶ ଦିଆଯାଇଛି । ସଂପୃକ୍ତ ଲୋକଙ୍କ କଣ୍ଟାକ୍ଟ ଟ୍ରେସିଂ ଓ ସର୍ଭେଲାନ୍ସ ପାଇଁ ଦିଆଯାଇଛି ନିର୍ଦେଶ ।

ବିଶ୍ୱରେ କରୋନା ଭାଇରସର ଏହି ଷ୍ଟେନ୍‌ ଏବେ ଚିନ୍ତାର କାରଣ ପାଲଟିଛି । ଖାସ୍‌ କରି ବ୍ରିଟେନ୍‌, ଦକ୍ଷିଣ ଆଫ୍ରିକା, ଇଟାଲି, ଡେନମାର୍କୀ , ଅଷ୍ଟ୍ରେଲିଆରେ ଏହି ଭାଇରସ୍‌ ଦେଖାଦେଇଛି । ଯାହାକୁ ନେଇ ସାରା ବିଶ୍ୱ ଏବେ ଚିନ୍ତାରେ ପଡିଯାଇଛି । ତେବେ ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ସାର୍ସ କୋଭ-୨ ଭୟରେ ନମୁନା ସଂଗ୍ରହ, ଏହାର ସଂରକ୍ଷଣ ଓ ଏହାର ଜେନମ ସିକଓନ୍ସିଂର ପରିବହନ ନେଇ ସ୍ୱତନ୍ତ୍ର ଗାଇଡ଼ଲାଇନ ଜାରିସାରିଛି । ନୂଆ ଧରଣର ଏହି ଷ୍ଟ୍ରେନ୍‌ ପରୀକ୍ଷା କରିବାକୁ ଭୁବନେଶ୍ୱର ଆଇଏଲ୍‌ଏସକୁ ଚିହ୍ନଟ କରାଯାଇଛି ।

ତେବେ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ତଥ୍ୟରେ ରାଜ୍ୟକୁ ୪୩ଜଣ ଫେରିଛନ୍ତି । ସବୁଠୁ ଅଧିକ ଭୁବନେଶ୍ୱରକୁ ଫେରିଛନ୍ତି । ଭୁବନେଶ୍ୱରକୁ ୨୧ଜଣ ଫେରିଥିବା ବେଳେ,  କଟକ ୫, ବ୍ରହ୍ମପୁରରୁ ୩, ନବରଙ୍ଗପୁର ୨, କୋରାପୁଟରୁ ୨, ଜଗତସିଂହପୁରରୁ ୨, ରାଜଗାଙ୍ଗପୁର ଓ ବଲାଙ୍ଗୀର, ନୟାଗଡ଼ରୁ ୨, ଯାଜପୁରରୁ ଜଣେ ରହିଛନ୍ତି । ଏ ସମସ୍ତଙ୍କ ଚିହ୍ନଟ ସରିଛି । ଖୁବଶୀଘ୍ର ଏମାନଙ୍କ ସାମ୍ପୁଲ ଟେଷ୍ଟ କରାଯିବ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.