scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଦେଶରେ ୨୫ ବର୍ଷରୁ କମ୍ ବୟସର ୪୨ ପ୍ରତିଶତ ଯୁବକ ବେରୋଜଗାର, କରୋନା ପରେ ବଢ଼ିଛି ମହିଳାଙ୍କ ଆୟ: ରିପୋର୍ଟ

21/09/2023 at 11:25 PM

Unemployment In India

ନୂଆଦିଲ୍ଲୀ: ନିକଟରେ ଆର୍‌ବିଆଇ ଏକ ରିପୋର୍ଟରେ କହିଥିଲା ଯେ ଦେଶରେ ସଞ୍ଚୟ ୫୦ ବର୍ଷ ତଳକୁ ଖସିଆସିଛି। ଲୋକ ଋଣରେ ବୁଡ଼ିଛନ୍ତି। ଏଭଳି ରିପୋର୍ଟରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଆଉ ଏବେ ପୁଣି ଏକ ଚମକାଇ ଦେଲା ଭଳି ରିପୋର୍ଟ ସାମ୍ନାକୁ ଆସିଛି। ଏହି ରିପୋର୍ଟ ଦେଶରେ ବେରୋଜଗାରୀ ହାରକୁ ନେଇ ଆସିଛି।  

ଅଜିମ ପ୍ରେମ୍‌ ଜୀ ୟୁନିଭର୍ସିଟିରୁ ଆସିଥିବା ରିପୋର୍ଟ ଅନୁସାରେ, ଦେଶରେ ୨୫ ବର୍ଷରୁ କମ ବୟସର ୪୨.୩ ପ୍ରତିଶତ ଯୁବ ଗ୍ରାଜୁଏଟ୍‌ ବେରୋଜଗାର ଅଛନ୍ତି। ୨୦୧୯-୨୦୨୦ରେ ଦେଶରେ ବେରୋଜଗାରୀ ହାର ୮.୮ ପ୍ରତିଶତ ଥିଲା, ଯାହା ୨୦୨୦-୨୧ରେ ୭.୫ ପ୍ରତିଶତ ଏବଂ ୨୦୨୨-୨୩ ଆର୍ଥିକ ବର୍ଷରେ ୬.୬ ପ୍ରତିଶତକୁ ଖସି ଆସିଛି। କିନ୍ତୁ ଶିକ୍ଷିତ ଯୁବକମାନଙ୍କ ମଧ୍ୟରେ ବେକାରୀ ହାରରେ ବୃଦ୍ଧି ଘଟିଛି।

ଆଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟର ଷ୍ଟେଟ୍ ଅଫ୍ ୱାର୍କିଂ ଇଣ୍ଡିଆ ୨୦୨୩ରୁ ଏହି ସୂଚନା ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ୨୫ ରୁ ୨୯ ବର୍ଷର ଯୁବକମାନଙ୍କ ମଧ୍ୟରେ ସର୍ବାଧିକ ବେକାରୀ ହାର ୨୨.୮ ପ୍ରତିଶତ ରହିଛି। ୨୫ ବର୍ଷରୁ କମ୍ ବୟସର ଯୁବକମାନଙ୍କ ମଧ୍ୟରେ ବେରୋଜଗାର ହାର ୨୧.୪ ପ୍ରତିଶତ, ଯାହାକି ସର୍ବାଧିକ।

୩୫ ବର୍ଷରୁ ଅଧିକ ବୟସର ସ୍ନାତକଧାରୀ ବେରୋଜଗାରୀ ହାର ପାଞ୍ଚ ପ୍ରତିଶତରୁ କମ୍ ରହିଛି। ସେହିପରି ୪୦ ବର୍ଷରୁ ଅଧିକ ବୟସର ଗ୍ରାଜୁଏଟ୍‌ଙ୍କ ମଧ୍ୟରେ ବେକାରୀ ହାର ମାତ୍ର ୧.୬ ପ୍ରତିଶତ ରହିଛି। ସେହିପରି ଅପାଠୁଆଙ୍କୁ ନେଇ ମଧ୍ୟ ରିପୋର୍ଟରେ କୁହାଯାଇଛି ଯେ ୨୫ ବର୍ଷରୁ କମ୍ ଅଶିକ୍ଷିତ ଯୁବକମାନଙ୍କ ମଧ୍ୟରେ ବେକାରୀ ହାର ୧୩.୫ ପ୍ରତିଶତ ବୋଲି ଜଣାପଡ଼ିଛି। ଯେତେବେଳେ କି ୪୦ ବର୍ଷରୁ ଅଧିକ ବୟସର ଅଶିକ୍ଷିତ ଗୋଷ୍ଠୀ ମଧ୍ୟରେ ବେକାରୀ ହାର ୨.୪ ପ୍ରତିଶତ ରହିଛି।

ପଢ଼ନ୍ତୁ-ମଜଭୁତ ହେଲା ସରକାରଙ୍କ ପାଣ୍ଠି: ଡାଇରେକ୍ଟ ଟ୍ୟାକ୍ସ କଲେକ୍ସନରେ ୨୩.୫ ପ୍ରତିଶତ ବୃଦ୍ଧି

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟର ଏହି ରିପୋର୍ଟ ସରକାରୀ ତଥ୍ୟ ଉପରେ ଆଧାରିତ। ସରକାରୀ ତଥ୍ୟ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। NSOର ରୋଜଗାର-ବେରୋଜଗାର ସର୍ଭେ, ଲେବର ୱର୍କ ଫୋର୍ସ ସର୍ଭେ, ରାଷ୍ଟ୍ରୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ, ଉଦ୍ୟୋଗର ବାର୍ଷିକ ସର୍ଭେ, ଜନସଂଖ୍ୟା ଜନଗଣନା ଭଳି  ସରକାରୀ ଆକଳନକୁ ନେଇ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଗ୍ରାମୀଣ କର୍ଣ୍ଣାଟକ ଓ ରାଜସ୍ଥାନର ଇଣ୍ଡିଆ ୱାର୍କିଂ ସର୍ଭେ ନାଁରେ ଏକ ସ୍ୱତନ୍ତ୍ର ସର୍ଭେ ମଧ୍ୟ କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ଯଦିଓ ଦେଶରେ ବେକାରୀ ହାର ବଢ଼ିଛି ତେବେ ଆୟ ସ୍ତର ସ୍ଥିର ରହିଛି।

ରିପୋର୍ଟ ଅନୁଯାୟୀ, କରୋନା ମହାମାରୀ ଆସିବା ପୂର୍ବରୁ ମହିଳାଙ୍କ ଆୟ ହ୍ରାସ ପାଇବାରେ ଲାଗିଥିଲା। ୨୦୦୪ ପରଠାରୁ, ମହିଳାଙ୍କ ରୋଜଗାର ହାର ହ୍ରାସ କିମ୍ବା ସ୍ଥିର ରହିଥିଲା। ହେଲେ ୨୦୧୯ ପରଠାରୁ ମହିଳାଙ୍କ ରୋଜଗାର ବୃଦ୍ଧି ପାଇଛି। ମହାମାରୀ ସମୟରେ ବହୁ ସଂଖ୍ୟକ ମହିଳା ଆତ୍ମନିର୍ଭରଶୀଳ ହୋଇଛନ୍ତି। କରୋନା ମହାମାରୀ ପୂର୍ବରୁ ୫୦ ପ୍ରତିଶତ ମହିଳା ଆତ୍ମନିର୍ଭରଶୀଳ ଥିଲେ ଏବଂ ମହାମାରୀ ପରଠାରୁ ଏହି ସଂଖ୍ୟା ୬୦ ପ୍ରତିଶତକୁ ବୃଦ୍ଧି ପାଇଛି।

   Related Posts