ବ୍ରଦିନାଥରେ ଫସିଥିବା ୪୨ ଓଡ଼ିଆ ତୀର୍ଥଯାତ୍ରୀ ହେଲେ ଉଦ୍ଧାର: ଯାଉଛନ୍ତି ହରିଦ୍ବାର ଅଭିମୁଖେ

Published By : Prameya-News7 Bureau | November 04, 2018 IST

ଜମ୍ମୁ ୪|୧୧:  ପ୍ରବଳ ତୁଷାରପାତ ଯୋଗୁଁ ବ୍ରଦିନାଥରେ ଫସିଥିଲେ ୪୨ ଓଡ଼ିଆ ତୀର୍ଥଯାତ୍ରୀ । ଗଞ୍ଜାମ ଭଞ୍ଜନଗର ଅଞ୍ଚଳର ଏହି ତୀର୍ଥଯାତ୍ରୀ ଗତ ୨୬ ତାରିଖରେ ଚାର୍‌ଧାମ ଯାତ୍ରାରେ ବାହାରିଥିଲେ । ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ଦର୍ଶନ ସାରି ଫେରୁଥିବା ବେଳେ ବାଟରେ ପ୍ରବଳ ତୁଷାରପାତ ହୋଇଥିଲା । ଏମାନଙ୍କ ଉଦ୍ଧାର ପାଇଁ ରାଜ୍ୟ ସରକାର ଉତ୍ତରାଖଣ୍ଡ ସରକାରଙ୍କୁ ଚିଠି ଲେଖିଥିଲେ । ତେବେ ରାସ୍ତା କ୍ଲିଅୟ ହେବା ପରେ ତୀର୍ଥଯାତ୍ରୀ ମାନେ ଏବେ ହରିଦ୍ବାର ଅଭିମୁଖେ ଯାଉଛନ୍ତି। ସେପଟେ ମୂଷଳ ଧାରାରେ ବରଫ ଝଡ଼ ଯୋଗୁଁ ଜାମ୍ମୁ-କାଶ୍ମୀର ଓ ହିମାଚଳ ପ୍ରଦେଶରେ ସ୍ଥିତି ବେହାଲ ହୋଇଛି।… ସଫେଦ ବରଫ ଚାଦର ତଳେ ଉତ୍ତରାଖଣ୍ଡ, ଜାମ୍ମୁ-କାଶ୍ମୀର ଓ ହିମାଚଳ ପ୍ରଦେଶ। ହିମାଳୟ ପାର୍ବତ୍ୟାଞ୍ଚଳରେ ଗତ କିଛି ଦିନ ହେଲା ଜାରି ରହିଛି ପ୍ରବଳ ତୁଷାରପାତ। ବର୍ଷା ସଦୃଶ ମୂଷଳ ଧାରାରେ ବରଫଝଡ଼ ଲାଗି ରହିଥିବାରୁ ସାରା ଅଞ୍ଚଳ ବେହାଲ ହୋଇପଡ଼ିଛି ।  ବଦ୍ରିନାଥରେ ବରଫ ବର୍ଷା ଯୋଗୁଁ ଗଙ୍ଗୋତ୍ରୀ ଜାତୀୟ ରାଜପଥ ବନ୍ଦ ହୋଇଯାଇଛି । କାଞ୍ଚନଜଙ୍ଘା ଗ୍ଲାସିୟର ତଳେ ଫସିରହିଛି ଶହଶହ ଗାଡ଼ି ମୋଟର । ଏହା ଭିତରେ ଫସିରହିଥିଲେ ୪୨ ଓଡ଼ିଆ ତୀର୍ଥଯାତ୍ରୀ।  ଗତ ୨୬ ତାରିଖରେ ଗଞ୍ଜାମ ଭଞ୍ଜନଗର ଅଞ୍ଚଳର ଏହି ତୀର୍ଥଯାତ୍ରୀ ଚାର୍‌ଧାମ୍ ଯାତ୍ରାରେ ଯାଇଥିଲେ। ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ଦର୍ଶନ ସାରି ଫେରୁଥିବା ବେଳେ ବାଟରେ ଫସିଯାଇଥିଲେ।  ରାସ୍ତା ଉପରେ ବରଫ ଜମା ହୋଇଥିବାରୁ ବସ୍ ଯାଇପାରିନଥିଲା । ବରଫ ଉପରେ ଚାଲିଚାଲି ଯାଉଥିବା ବେଳେ ସ୍ବାଧୀନା ପାତ୍ର ନାମକ ମହିଳା ଆହତ ହୋଇଛନ୍ତି । ଏପଟେ ଚିନ୍ତାରେ ଅପେକ୍ଷା କରି ରହିଛନ୍ତି ସେମାନଙ୍କ ସଂପର୍କିୟମାନେ। ଫଶିରହିଥିବା ଓଡ଼ିଆ ଯାତ୍ରୀଙ୍କୁ ଉଦ୍ଧାର ପାଇଁ ଉତ୍ତରାଖଣ୍ଡ ସରକାରଙ୍କୁ ଚିଠି ଲେଖିଥିଲେ ରାଜ୍ୟ ସରକାର । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଟ୍ବିଟ୍ କରି ଜଣାଇଥିଲେ । ସମସ୍ତ ଓଡ଼ିଆ ତୀର୍ଥଯାତ୍ରୀଙ୍କୁ ନିରାପଦ ଭାବେ ଉଦ୍ଧାର କରିବାକୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ରାସ୍ତା କ୍ଲିୟର ହେବା ପରେ ତୀର୍ଥଯାତ୍ରୀମାନେ ହରିଦ୍ବାର ଅଭିମୁଖେ ବାହାରିଛନ୍ତି ।… ରାସ୍ତା ସଫା ହେବା ପରେ ବସ୍‌ ପୁଣି ହରିଦ୍ବାର ଅଭିମୁଖେ ଯାତ୍ରା କରିଛି। ଦେଖନ୍ତୁ ସେମାନେ ପଠାଇଥିବା ଏହି ଭିଡିଓ। ଗୋଟିଏ ପଟେ ମନରେ ଆଶ୍ବସ୍ତି ଅନ୍ୟପଟେ ଭୟ ବି ରହିଛି। ପୁଣି କାଳେ କିଛି ଅସୁବିଧା ଦେଖାଦେବକି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.