୨୦୨୧ରେ ୪୨ ପ୍ରତିଶତ କମିଛି ଫେକ୍ ନ୍ୟୁଜ୍ ମାମଲା: ଏନସିଆରବି ରିପୋର୍ଟ

Published By : Prameya-News7 Bureau | August 30, 2022 IST

ନୂଆଦିଲ୍ଲୀ: ୨୦୨୧ ମସିହାରେ ଦେଶରେ ଫେକ୍ ନ୍ୟୁଜ ମାମଲା ହ୍ରାସ ପାଇଛି । ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋର (ଏନସିଆରବି)ର ସଦ୍ୟ ପ୍ରକାଶିତ ରିପୋର୍ଟରେ ଏହା ସାମନାକୁ ଆସିଛି । ରିପୋର୍ଟ ଅନୁସାରେ ୨୦୨୧ ମସିହାରେ ଆଇପିସିର ଧାରା ୫୦୫ ଅନୁସାରେ ରୁଜୁ ହୋଇଥିବା ମାମଲା ସଂଖ୍ୟା ୪୨ ପ୍ରତିଶତ ହ୍ରାସ ପାଇଛି । ଏହି ଧାରାରେ ଫେକ ନ୍ୟୁଜ୍ ଏବଂ ମିଛ ନ୍ୟୁଜ ପ୍ରଚାର କଲେ ମାମଲା ରୁଜୁ କରାଯାଇଥାଏ।  

ରିପୋର୍ଟ ଅନୁସାରେ, ୨୦୧୯ ମସିହାରେ ଏହିପରି ୪୮୬ ମାମଲା ରୁଜୁ ହୋଇଥିଲା । ୨୦୨୦ରେ ଏହି ସଂଖ୍ୟା ୧,୫୨୭ ଏବଂ ୨୦୨୨ରେ ଏହା ୮୮୨ ରହିଛି ।

ତେବେ ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଏହି ସୂଚୀରେ ତେଲେଙ୍ଗାନା ଶୀର୍ଷରେ ରହିଛି । ତେଲେଙ୍ଗାନାରେ ଆଇପିସିର ଧାରା ୫୦୫ରେ ମୋଟ ୨୧୮ଟି ମାମଲା ରୁଜୁ କରାଯାଇଛି । ଏହା ପଛକୁ ତାମିଲନାଡୁରେ ୧୩୯, ମଧ୍ୟ ପ୍ରଦେଶରେ ୧୨୯, ଉତ୍ତର ପ୍ରଦେଶରେ ୮୨ ଏବଂ ମହାରାଷ୍ଟ୍ରରେ ୬୬ଟି କେସ ୨୦୨୧ ମସିହାରେ ରୁଜୁ କରାଯାଇଛି ।

ଅନ୍ୟପଟେ ଓଡ଼ିଶା, ମିଜୋରାମ, ଗୋଆ ଏବଂ ଅରୁଣାଚଳ ପ୍ରଦେଶରେ ଭୁଲ ସୂଚନା ପ୍ରସାରଣ ନେଇ ଗୋଟିଏ ବି ମାମଲା ରୁଜୁ କରାଯାଇ ନଥିବା ରିପୋର୍ଟରେ କୁହାଯାଇଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.