ମହଙ୍ଗା ହୋଇପାରେ ସିଗାରେଟ୍, ପାନ ମସଲା : ୪୧ତମ ଜିଏସଟି କାଉନସିଲ ବୈଠକରେ ନିଆଯିବ ନିଷ୍ପତ୍ତି

Published By : Prameya-News7 Bureau | August 19, 2020 IST

ନୂଆଦିଲ୍ଲୀ ୧୯/୦୮ : ଅଗଷ୍ଟ ୨୭ ତାରିଖରେ ଜିଏସଟି (GST-Goods and Service Tax) କାଉନସିଲର ୪୧ତମ ବୈଠକ ବସିପାରେ | କମ୍ପେନ୍ସେସନ ଆବଶ୍ୟକତା ପୁରା କରିବା ଉପାୟ ଉପରେ ବିଚାର ବିମର୍ଷ କରିବା ଜିଏସ୍ଟି କାଉନସିଲ ବୈଠକର ଏକମାତ୍ର ଏଜେଣ୍ଡା ହେବ | ଏହାଛଡା କମ୍ପେନ୍ସେସନ ଫଣ୍ଡ ବଢାଇବା ପାଇଁ ୩ ଶୀର୍ଷ ପରାମର୍ଶ ଉପରେ ବିଚାର କରାଯିବାର ସମ୍ଭାବନା ରହିଛି | CNBC-TV18 ସୂତ୍ରକୁ ମିଳିଥିବା ସୂଚନା ଅନୁଯାୟୀ, ଜିଏସ୍ଟି କାଉନସିଲ ବୈଠକରେ କିଛି ରାଜ୍ୟ ଦ୍ୱାରା ଅହିତକର ସାମଗ୍ରୀ (Sin Goods) ଉପରେ ଶୁଳ୍କ ବଢିବାକୁ ପ୍ରସ୍ତାବ ଉପରେ ଚର୍ଚ୍ଚା ହେବାର ସମ୍ଭାବନା ରହିଛି | ଟ୍ୟାକ୍ସ ବଢାଇବା ପାଇଁ ପରାମର୍ଶ ଦେଇଥିବା ରାଜ୍ୟମାନଙ୍କ ମଧ୍ୟରେ ପଞ୍ଜାବ, ଛତିଶଗଡ଼, ବିହାର, ଗୋଆ, ଦିଲ୍ଲୀ ସାମିଲ ଅଛି | ଯଦି ଟ୍ୟାକ୍ସ ବଢେ ତାହେଲେ ସିଗାରେଟ, ପାନ ମସଲା ଆଦି ମହଙ୍ଗା ହୋଇଯିବ |  

{"id":317061,"sizeSlug":"large"}

ବର୍ତ୍ତମାନର ଜିଏସ୍ଟି ରେଟ୍ ଷ୍ଟ୍ରକ୍ଚର ଅନୁସାରେ, କିଛି ଅହିତକର ସାମଗ୍ରୀ, ଯେପରିକି ସିଗାରେଟ, ପାନ ମସଲା ଏବଂ କିଛି ପାନୀୟ ସାମିଲ ଅଛି ଏମାନଙ୍କ ଉପରେ ଟ୍ୟାକ୍ସ ଲାଗିପାରେ | ଅହିତକର ସାମଗ୍ରୀ ଛଡା କାର ଭଳି ଲଜ୍ଜରି ଉତ୍ପାଦ ଉପରେ ମଧ୍ୟ ଟ୍ୟାକ୍ସ ଲାଗିପାରେ | ବର୍ତ୍ତମାନ ପାନ ମସଲାରେ ୧୦୦ ପ୍ରତିଶତ ଟ୍ୟାକ୍ସ ଲାଗିଥାଏ ଏବଂ ଟ୍ୟାକ୍ସ ନିୟମ ଅନୁସାରେ ସର୍ବାଧିକ ୧୩୦ ପ୍ରତିଶତ ଟ୍ୟାକ୍ସ ବଢ଼ାଇ ଦିଆଯାଇପାରେ | ଅର୍ଥାତ ଯଦି ଜିଏସ୍ଟି କାଉନସିଲ ଏହି ନିଷ୍ପତ୍ତି ନିଅନ୍ତି ତାହେଲେ ପାନ ମସଲାରେ ୩୦ ପ୍ରତିଶତ ଟ୍ୟାକ୍ସ ବଢ଼ିଯିବ | ସିଗାରେଟ ପାଇଁ ସର୍ବାଧିକ ସମ୍ଭବ ଟ୍ୟାକ୍ସ ଲଗାଯାଇପାରେ | ତାହା ହେଲା ୨୯୦ ପ୍ରତିଶତ ଏଡ୍ ଭାଲେରମ୍ ସହିତ ପ୍ରତି ହଜାରେ ଷ୍ଟିକକୁ ୪୧୭୦ ଟଙ୍କା |

ଏହାକୁ ଦୃଷ୍ଟିରେ ରଖି ଜିଏସ୍ଟି କାଉନସିଲ ପାଖରେ ୨୫୪ ପ୍ରତିଶତ ଅତିରିକ୍ତ ଟ୍ୟାକ୍ସ ଲଗାଇବା ବିକଳ୍ପ ଅଛି | ତେବେ କାଉନସିଲ ଯେକୌଣସି ସାମଗ୍ରୀ ଉପରେ ଟ୍ୟାକ୍ସ ଥରକେ ସର୍ବାଧିକ ସମ୍ଭାବ୍ୟ ସୀମା ଯାଏଁ ହିଁ ବଢାଇଥାଏ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.