ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ

Published By : Prameya-News7 Bureau | November 29, 2020 IST

ନୂଆଦିଲ୍ଲୀ ୨୯।୧୧: ବିଶ୍ୱର ଅନେକ ଅଂଶରେ କରୋନା ସଂକ୍ରମଣ ବଢିଚାଲିଛି । କିନ୍ତୁ ଭାରତରେ କରୋନା ଗ୍ରାଫ ଏବେ ତଳମୁହାଁ ରହିଛି । ଶନିବାର ତୁଳନାରେ ରବିବାର ସଂକ୍ରମଣରେ ସମାନ୍ୟ ବୃଦ୍ଧି ପାଇଛି । ଶନିବାର ଦିନ ୪୧,୩୨୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରବିବାର ଦିନ ୪୧,୮୧୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ରବିବାର ଦିନର ତଥ୍ୟ ଅନୁସାରେ ୪୯୬ଜଣଙ୍କ ପ୍ରାଣହାନୀ ହୋଇଛି । ଯାହାକୁ ମିଶାଇ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା  ୯୩ଲକ୍ଷ ପାର୍‌ ହୋଇଛି । ସେହିପରି ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬,୨୫,୬୩,୧୮୪ରେ ପହଞ୍ଚିଛି । ଭାଇରସରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୪,୫୮,୧୦୩ ଲୋକଙ୍କ ମୃତ୍ୟୁ ହୋଇସାରିଛି । ସେହିପରି କରୋନାରୁ ୪,୩୧,୮୮,୪୮୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

wp:html /wp:html

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମୁତାବିକ, ଭାରତରେ ଗତ ୨୪ଘଣ୍ଟାରେ ୪୧,୮୧୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୯୬ଜଣଙ୍କ ମୃତ୍ୟୁ ହୋଇଛି । ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୧,୩୬,୬୯୬ରେ ପହଞ୍ଚିଛି ।   ସେହିପରି ଦେଶରେ ୯୩,୯୨,୯୨୦ଜଣ ସଂକ୍ରମିତ ହୋଇସାରିଛନ୍ତି । ଏବେ ଯାଏଁ ୮୮,୦୨,୨୬୭ଜଣ କରୋନା ଭାଇରସରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ଗତ ୨୪ଘଣ୍ଟା ମଧ୍ୟରେ ୪୨,୨୯୮ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କରୋନାର ଆକ୍ଟିଭ୍‌ କେସ୍‌ ୪,୫୩,୯୫୬ରହିଛି ।

ତେବେ ଦେଖିବାକୁ ଗଲେ ଦେଶରେ କିଛି ଅଂଶରେ କରୋନାର ୨ୟ ଲହରୀ ଚିନ୍ତାର ପକାଇଛି । ଖାସ୍‌ କରି ଦିଲ୍ଲୀ, ମଧ୍ୟପ୍ରଦେଶ, ମୁମ୍ବାଇ, ରାଜସ୍ଥାନ, ଗୁଜୁରାଟ ପରି ଅଞ୍ଚଳରେ ବଢୁଥିବା କରୋନା ସଂକ୍ରମଣ ପାଇଁ ସ୍ଥାନୀୟ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି । ଏଥିପାଇ ଅନେକ ସ୍ଥାନରେ ୧୪୪ ଧାର, ନାଇଟ୍ କର୍ଫ୍ୟୁ ପରି କଟକଣା ଲାଗୁ କରାଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.