୪୮ ଘଣ୍ଟା ହେଲା ଲାଗି ରହିଛି ବର୍ଷା, ହିମାଚଳ ପ୍ରଦେଶରେ ମୃତ୍ୟୁ ସଂଖ୍ୟା ୫୦ ପାର୍, ଭୁଶୁଡ଼ିଲା ଘର ଓ ମନ୍ଦିର, ଭାସିଲା ପୋଲ

Published By : Prameya-News7 Bureau | August 14, 2023 IST

ନୂଆଦିଲ୍ଲୀ: ଗତ ରବିବାର ଠାରୁ ହିମାଚଳ ପ୍ରଦେଶର ବାଦଲ ଫଟା ବର୍ଷା  ଯୋଗୁ ହିମାଚଳ ପ୍ରଦେଶର ସ୍ଥିତି ସାଂଘାତିକ ହୋଇଛି। ବର୍ଷା ଜନିତ ସମସ୍ୟା ଯୋଗୁ ୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସୁଖୁ ସୂଚନା ଦେଇଛନ୍ତି।

ବନ୍ୟା ଯୋଗୁ ମନ୍ଦିର, ହୋଟେଲ, ଘର ଓ ପୋଲ ପାଣିରେ ବାସିଯାଇଛି। ରବିବାର ରାତିରେ ସୋଲାନ ଜିଲ୍ଲା ଜାଡନ ଗାଁରେ ବାଦଲଫଟା ବର୍ଷା ଯୋଗୁ ଗୋଟିଏ ପରିବାରର ୭ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଗାଁରେ ଦୁଇଟି ଘର ଓ ଗୋଟିଏ ଗୁହାଳ ପାଣିରେ ଭାସିଯାଇଥିବା ବେଳେ ୬ ଜଣଙ୍କୁ ଉଦ୍ଧାର କରାଯାଇଥିଲା ବୋଲି ଜିଲ୍ଲା ଡିଭିଜନାଲ କମିଶନର ମନମୋହନ ଶର୍ମା କହିଛନ୍ତି। ଏହି ଜିଲ୍ଲାରେ ଅସ୍ଥାୟୀ ଘର ଭୁଶୁଡ଼ି ପଡ଼ିବାରୁ ଦୁଇ ଶିଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ସେଥିମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି।  

Visuals of the Shiva temple which collapsed in Shima due to heavy rainfall. (Photo: X/@SukhuSukhvinder)

ସେହିପରି ଶିମ୍‌ଲାର ସମେରହିଲ୍‌ରେ ଏକ ଶିବ ମନ୍ଦିର ଭୁଶୁଡ଼ି ପଡ଼ିବାରୁ ୯ ଜଣଙ୍କର ମୃତ୍ୟୁ ହୋଇଛି। ଏକାଧିକ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କୁ ଖୋଜିବା କାର୍ଯ୍ୟ ଜାରି ରହିଛି। ମନ୍ଦିରକୁ ପୂଜା କରିବାକୁ ୫୦ ଲୋକ ଆସିଥିଲା ବେଳେ ଏହି ଦୁର୍ଘଟଣା ଘଟିଛି। ସେହିପରି ଶିମ୍‌ଲାରେ ଏକ ବସ୍ ଉପରେ ଗଛ ଉପଡ଼ିବାରୁ କଣ୍ଡକ୍ଟର ଆହତ ହୋଇଥିବା ଖବର ସାମ୍ନାକୁ ଆସିଛି।

A bus was damaged after a tree fell on it following heavy rainfall in Himachal Pradesh's Shimla. (Photo: PTI)

ମାଣ୍ଡି ଜିଲ୍ଲା ସେଘିଲ ପଞ୍ଚାୟତରେ ମଧ୍ୟ ରବିବାର ରାତିରେ ବନ୍ୟା ଓ ଭୂସ୍ଖଳନ ଯୋଗୁ ୭ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୩ ଜଣଙ୍କୁ ଉଦ୍ଧାର କରାଯାଇଛି ବୋଲି ଅରିନ୍ଦମ ଚୌଧୁରୀ କହିଛନ୍ତି। ରାଜ୍ୟରେ ବନ୍ୟା ସ୍ଥିତି ଦେଖି ଅଗଷ୍ଟ ୧୪ ପର୍ଯ୍ୟନ୍ତ ସ୍କୁଲ କଲେଜ୍ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ରାଜ୍ୟରେ ମୋଟ ୬୨୧ ରାସ୍ତା ବନ୍ଦ ରହିଛି। ସେଥିମଧ୍ୟରୁ ମାଣ୍ଡିରୁ ସର୍ବାଧଇକ ୨୩୬ ରାସ୍ତା ବନ୍ଦ ରହିଥିବା ବେଳେ ଶିମଲାରୁ ୫୯, ବିଳାଶପୁରରୁ ୪୦ ରାସ୍ତା ବନ୍ଦ କରାଯାଇଛି ବୋଲି ରାଜ୍ୟ ଜରୁରୀକାଳୀନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୪୮ ଘଣ୍ଟା ହେଲା ନିୟମିତ ବର୍ଷା ଲାଗି ରହିଛି। ଉତ୍ତରାଖଣ୍ଡରେ ମଧ୍ୟ ବର୍ଷା ବେହାଲ୍ ହୋଇଯାଇଛି। ଅନେକ ରାସ୍ତା ବନ୍ଦ ରହିଥିବା ବେଳେ ଭୂସ୍ଖଳନ ଓ ବନ୍ୟା ପାଣି ମାଡ଼ିଯାଇଛି।

{"width":839,"height":839}
A bus fell off the road after landslide in Shimla, Himachal Pradesh amid incessant rains. (Photo: X/@SukhuSukhvinder)

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.