୧୧ ରାଜ୍ୟରୁ ୪୧ ଜଣ ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ; କେଉଁ ରାଜ୍ୟରୁ କେତେ ଜାଣନ୍ତୁ

Published By : Prameya-News7 Bureau | June 05, 2022 IST

ନୂଆଦିଲ୍ଲୀ: ୧୧ଟି ରାଜ୍ୟରୁ ମୋଟ ୪୧ ଜଣ ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ବରିଷ୍ଠ କଂଗ୍ରେସ ନେତା ପି. ଚିଦାବମ୍ବର୍, ପୂର୍ବତନ କଂଗ୍ରେସ ନେତା କପିଲ ଶିବଲ, ଆର୍‌ଜେଡି ନେତା ମିଶା ଭାରତୀ ଏବଂ ଆର୍‌ଏଲ୍‌ଡିର ଜୟନ୍ତ ଚୌଧୁରୀ ଆଦି ରହିଛନ୍ତି।

ଉତ୍ତର ପ୍ରଦେଶର ସମସ୍ତ ୧୧ ଜଣ, ତାମିଲନାଡୁର ୬, ବିହାରରୁ ୫, ଆନ୍ଧ୍ରପ୍ରଦେଶ ୪, ଓଡ଼ିଶା ଓ ମଧ୍ୟପ୍ରଦେଶରୁ ୩ ଜଣ ଲେଖାଏଁ, ଛତିଶଗଡ଼, ପଞ୍ଜାବ,ତେଲେଙ୍ଗାନା ଏବଂ ଝାଡ଼ଖଣ୍ଡରୁ ୨ ଜଣ ଲେଖାଏଁ ନିର୍ବାଚିତ ହୋଇଥିବା ବେଳେ ଉତ୍ତରଖାଣ୍ଡରୁ ଜଣେ ନିର୍ଦ୍ୱନ୍ଦ୍ୱରେ ନିର୍ବାଛନ୍ତି।

ଓଡ଼ିଶାରେ ଏଥର ୩ ଜଣ ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ଯାଇଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ଦୁଇଜଣ ନୂଆ ମୁହଁ ଅଛନ୍ତି। ଜଣେ ହେଲେ ସୁଲତା ଦେଓ ଅନ୍ୟ ଜଣେ ମାନସ ମଙ୍ଗରାଜ। ରାଜ୍ୟସଭା ପାଇଁ ବିରୋଧୀଙ୍କ ପାଖରେ ଆବଶ୍ୟକ ସଂଖ୍ୟା ନଥିବାରୁ ବିଜେପି କି କଂଗ୍ରେସ କେହି ପ୍ରାର୍ଥୀ ଦେଇନଥିଲେ। ତେଣୁ ରିଟର୍ଣ୍ଣିଂ ଅଫିସର ତିନି ଜଣଙ୍କୁ ନିର୍ଦ୍ୱନ୍ଦ୍ୱରେ ବିଜୟୀଙ୍କୁ ଘୋଷଣା କରିଥିଲେ। ବିଜୟୀ ପ୍ରାର୍ଥୀମାନେ ରିଟର୍ଣ୍ଣିଂ ଅଫିସରଙ୍କ ପାଖରୁ ସାର୍ଟିଫିକେଟ ବି ଗ୍ରହଣ କରିଥିଲେ।

ନିର୍ବାଚିତ ହେବା ପରେ ସମସ୍ତ ୩ ପ୍ରାର୍ଥୀ ମହିଳା ଶଶକ୍ତିକରଣ ଦିଗରେ ସ୍ୱର ଉତ୍ତୋଳନ କରିବେ। ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିକୁ ନେଇ ରାଜ୍ୟ ପାଇ କାମ କରିବେ ବୋଲି କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.