ରାଜଧାନୀରୁ ବାହାରିଲେ ଆଉ ୪୦୯ କୋଭିଡ-୧୯ ପଜିଟିଭ୍, ସ୍ଥାନୀୟ ସଂକ୍ରମିତ ୧୬୭
5/09/2020 at 5:33 PM

ଭୁବନେଶ୍ୱର ୦୫।୦୯: ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୪୦୯ ଜଣ କରୋନା ପଜିଟିଭ୍ । ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୧୨ରେ ପହଞ୍ଚିଛି । ଶନିବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୨୪୨ ଜଣ ରହିଥିବା ବେଳେ ୧୬୭ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଏହାସହ ୩୪୪ ଜଣ ଆରୋଗ୍ୟ ଲାଭ କରିଛନ୍ତି ।
Update on newly detected & cured #COVID19 cases in the last 24 hrs under the BMC area on 5th Sep 2020(till 9am).
— BMC (@bmcbbsr) September 5, 2020
Further contact tracing is still continuing.
Primary contacts & nearby houses are being quarantined, sanitized & will be under active surveillance. pic.twitter.com/PGsuiOWZHo
ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୪୮୮୬ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୭୮୬୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୪୭ ଜଣଙ୍କର ମୃତ୍ୟୁ ହୋଇଛି ।