ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

କମୁଛି କରୋନା, ଜିତୁଛି ଓଡିଶା: ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୪୦୬ ଆକ୍ରାନ୍ତ

25/12/2020 at 8:26 PM

ଭୁବନେଶ୍ଵର ୨୫।୧୨: ଶୀତ ଦିନରେ ରାଜ୍ୟରେ କରୋନା ସଂକ୍ରମଣ ବଢିବ ବୋଲି ଯେଉଁ ଆଶଙ୍କା କରାଯାଉଥିଲା ତାହା ପ୍ରାୟତଃ ଦୂର ହୋଇଛି। ଓଡିଶାବାସୀଙ୍କ ରୋଗ ପ୍ରତିରୋଧକ ଶକ୍ତି ଆଗରେ ନିଜର କାୟା ମେଲାଇ ପାରୁ ନାହିଁ ମହାମାରୀ କରୋନା। ଫଳରେ ରାଜ୍ୟରେ କରୋନାର ପ୍ରକୋପ ଥମିବାରେ ଲାଗିଛି। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ୪୦୦ ତଳେ ରହୁଥିବା ବେଳେ ଅଧିକ ସଂଖ୍ୟାରେ ଆକ୍ରାନ୍ତ ଆରୋଗ୍ୟଲାଭ କରୁଛନ୍ତି। ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ଘଟିଛି। ଏହା ମଧ୍ୟରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୯ଟି ଜିଲ୍ଲାରୁ ୪୦୬ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଆରୋଗ୍ୟଙ୍କ ସଂଖ୍ୟା ୩, ୨୩, ୩୭୮କୁ ବୃଦ୍ଧି ଘଟିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଶୁକ୍ରବାର ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

ଆଜି ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୫୨ ଜଣ ଆରୋଗ୍ୟ ହୋଇଛନ୍ତି। ସେହି ପରି ଖୋର୍ଦ୍ଧା ଜିଲ୍ଲାରୁ ୪୨, କେନ୍ଦ୍ରାପଡାରୁ ୩୫, କଟକରୁ ୨୭, ସମ୍ବଲପୁରରୁ ୨୬, ବଲାଙ୍ଗୀରରୁ ୨୪, ଯାଜପୁରରୁ ୨୪, ମୟୂରଭଞ୍ଜରୁ ୨୨, ପୁରୀରୁ ୧୮, ବରଗଡରୁ ୧୭, ଅନୁଗୁଳରୁ ୧୭, ବାଲେଶ୍ଵରରୁ ୧୧, କେନ୍ଦୁଝରରୁ ୧୦, ଦେବଗଡରୁ ୯, ନବରଙ୍ଗପୁରରୁ ୯, ନୂଆପଡାରୁ ୮, ଝାରସୁଗୁଡାରୁ ୬, କଳାହାଣ୍ଡିରୁ  ୬, କନ୍ଧମାଳରୁ ୬, ଜଗତସିଂହପୁରରୁ ୫, ରାୟଗଡାରୁ ୫, ଭଦ୍ରକରୁ ୪, ଗଞ୍ଜାମରୁ ୪, ମାଲକାନଗିରିରୁ ୪, ନୟାଗଡରୁ ୨, ବୌଦ୍ଧରୁ ୧, ଗଜପତିରୁ ୧, କୋରାପୁଟରୁ ୧ ଓ ସୋନପୁରରୁ ଜଣେ କୋଭିଡ୍-୧୯ରୁ ମୁକ୍ତ ହୋଇଛନ୍ତି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୨୫ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୨୭ ହଜାର ୮୭୬କୁ ବୃଦ୍ଧି ପାଇଛି। ଅନ୍ୟପଟେ କରୋନା ଆଉ ୩ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ରାଜ୍ୟରେ କରୋନଜନିତ ମୃତ୍ୟୁ ସଂଖ୍ୟା ୧୮୫୩ରେ ପହଞ୍ଚିଛି।

   Related Posts