ଥମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୪୦୫ ସଂକ୍ରମିତ
12/12/2020 at 8:18 PM

ଭୁବନେଶ୍ଵର ୧୨।୧୨: ଶୀତ ଦିନରେ ରାଜ୍ୟରେ କରୋନା ସଂକ୍ରମଣ ବଢିବ ବୋଲି ଆଶଙ୍କା କରାଯାଉଥିଲା। ହେଲେ ଓଡିଶାବାସୀଙ୍କ ରୋଗ ପ୍ରତିରୋଧକ ଶକ୍ତି ଆଗରେ ହାର ମାନିଛି ମହାମାରୀ କୋଭିଡ୍-୧୯। ନିଜର କାୟା ମେଲାଇ ପାରୁ ନାହିଁ ଏହି ମହାମାରୀ। ଫଳରେ ରାଜ୍ୟରେ ଆଉ କରୋନାର ଦ୍ଵିତୀୟ ଲହର ସଂକ୍ରମଣର ସମ୍ଭାବନା ନାହିଁ। ଓଡିଶାରେ କରୋନାର ପ୍ରକୋପ କମିବାରେ ଲାଗିଛି। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୪୦୦ ତଳେ ରହୁଥିବା ବେଳେ ଅଧିକ ସଂଖ୍ୟାରେ ଆକ୍ରାନ୍ତ ଆରୋଗ୍ୟଲାଭ କରୁଛନ୍ତି। ମୃତ୍ୟୁ ସଂଖ୍ୟାରେ ବି ବ୍ରେକ୍ ଲାଗିଛି। ଏହା ମଧ୍ୟରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୮ ଜିଲ୍ଲାରୁ ୪୦୫ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଆରୋଗ୍ୟଙ୍କ ସଂଖ୍ୟା ୩, ୧୮, ୬୮୩କୁ ବୃଦ୍ଧି ଘଟିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଶନିବାର ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।
Another 405 Covid patients have recovered and are being discharged on 12.12.2020
— H & FW Dept Odisha (@HFWOdisha) December 12, 2020
55 from Sundargarh
52 from Khordha
34 from Anugul
29 from Cuttack
27 from Bolangir
23 from Bargarh
21 from Jajapur
19 from Puri
17 from Mayurbhanj
14 from Jagatsinghpur
12 from Jharsuguda
ବିଭାଗ ଅନୁଯାୟୀ ସୁନ୍ଦରଗଡରୁ ସର୍ବାଧିକ ୫୫ ଜଣ ସୁସ୍ଥ ହୋଇଛନ୍ତି। ସେହି ପରି ଖୋର୍ଦ୍ଧାରୁ ୫୨, ଅନୁଗୁଳରୁ ୩୪, କଟକରୁ ୨୯, ବଲାଙ୍ଗୀରରୁ ୨୭, ବରଗଡରୁ ୨୩, ଯାଜପୁରରୁ ୨୧, ପୁରୀରୁ ୧୯, ମୟୂରଭଞ୍ଜରୁ ୧୭, ଜଗତସିଂହପୁରରୁ ୧୪, ଝାରସୁଗୁଡାରୁ ୧୨, ଦେବଗଡରୁ ୧୧, ବାଲେଶ୍ଵରରୁ ୯, ନୂଆପଡାରୁ ୯, ଭଦ୍ରକରୁ ୮, କଳାହାଣ୍ଡିରୁ ୮, ସମ୍ବଲପୁରରୁ ୮, କେନ୍ଦୁଝରରୁ ୬, ନୟାଗଡରୁ ୬, ଗଞ୍ଜାମରୁ ୪, କୋରାପୁଟରୁ ୩, ମାଲକାନଗିରିରୁ ୩, ନବରଙ୍ଗପୁରରୁ ୩, ନବରଙ୍ଗପୁରରୁ ୩, ଢେଙ୍କାନାଳରୁ ୧, ରାୟଗଡାରୁ ୧ ଓ ସୋନପୁରରୁ ୧ ଜଣେ କୋଭିଡ୍-୧୯ରୁ ଆରୋଗ୍ୟଲାଭ କରିଛନ୍ତି।
The total recovered cases of Odisha now stand at 318683
— H & FW Dept Odisha (@HFWOdisha) December 12, 2020
ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୩୫ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୨୩ ହଜାର ୩୬୪କୁ ବୃଦ୍ଧି ପାଇଛି। ଅନ୍ୟପଟେ କରୋନା ଆଉ ୪ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ରାଜ୍ୟରେ କରୋନଜନିତ ମୃତ୍ୟୁ ସଂଖ୍ୟା ୧୮୦୨ରେ ପହଞ୍ଚିଛି।