ନୂଆଦିଲ୍ଲୀ ୨।୬: ବିଶ୍ୱର ସବୁଠୁ ଶୀତଳତମ ସ୍ଥାନ ହେଉଛି ଆଣ୍ଟାର୍କଟିକା। ଏଠାରେ ତାପମାତ୍ରା ମାଇନସ୍ ୯୮ ଡିଗ୍ରି ସେଲସିୟସ୍ ପର୍ଯ୍ୟନ୍ତ ପହଞ୍ଚି ଯାଇଥାଏ। ଏତେ ଅଧିକ ତାପମାତ୍ର ଯୋଗୁ ଏଠାକାର ପବନ ପ୍ରାୟ ଶୁଷ୍କ। ଅର୍ଥାତ ଏଠାରେ ବହୁଥିବା ପବନରେ ଜଳକଣା ନଥାଏ। ଏଥି ଯୋଗୁ ଏହି ସ୍ଥାନ ଜନବସତି ଲାଗି ଉପଯୁକ୍ତ ନୁହେଁ। ଏହା ସତ୍ତ୍ୱେ ସେଠାରେ ୪ ହଜାର ଲୋକ ରହୁଛନ୍ତି। ଏଠାରେ ରହୁଥିବା ଅଧିକାଂଶ ଲୋକ ବୈଜ୍ଞାନିକ, ଗବେଷକ ଅଥବା ପର୍ଯ୍ୟଟକ ହୋଇଥାନ୍ତି।
ଏଠାରେ ବୈଜ୍ଞାନିକ ଓ ଗବେଷକ ଗବେଷଣା କେନ୍ଦ୍ରରେ ରହନ୍ତି। ତେବେ ସେମାନେ ଅଧିକ ସମୟ ପର୍ଯ୍ୟନ୍ତ ସେଠାରେ ରହି ପାରନ୍ତିନି। ଖରାପ ପାଗ ଯୋଗୁ ବର୍ଷକରେ ଅଥବା ୧୫ ମାସରେ ପାଣି ଜାହାଜ ଏଠାକୁ ଲୋକଙ୍କୁ ଛଡା ଅଣା କରିବାକୁ ଯାଏ। ଏଠାରେ ସାରା ବିଶ୍ୱର ବୈଜ୍ଞାନିକ ବସବାସ କରୁଛନ୍ତି। ଏଣୁ ଆଣ୍ଟାର୍କଟିକାକୁ ‘ଇଣ୍ଟରନ୍ୟାସନାଲ କଣ୍ଟିନେଣ୍ଟ’ ମଧ୍ୟକୁହାଯାଏ। ଏଠାରେ ଅଢେଇ ବର୍ଷ ବିତାଇଥିବା ବ୍ରିଟିଶ ପାଣିପାଗ ବୈଜ୍ଞାନିକ ଆଲେକ୍ସ ଗେଫିକିନ୍ ଏଠାରେ ଶୀତ ଦିନ ବିତାଇବା ବଡ଼ କଷ୍ଟକର ବୋଲି କହିଛନ୍ତି।
{"id":796992,"width":842,"height":632,"sizeSlug":"full","linkDestination":"none"}ଶୀତଦିନ ଏଠାରେ ଅଧିକାଂଶ ସମୟ ଅନ୍ଧକାର ରହୁଥିବା ବେଳେ ଏଠାରେ ଅବସ୍ଥାନ କରିବା ବହୁତ କଷ୍ଟକର ବୋଲି କହିଛନ୍ତି। ଏଠାରେ ଶୀତଦିନେ ରହିବା ମ୍ୟାଜିକାଲ ବୋଲି ମଧ୍ୟ କହିଛନ୍ତି। କାରଣ ଏଠାରେ ଯାହା ସବୁ ହୁଏ ତାହା ଦୁନିଆର କେଉଁଠି ବି ଦେଖାଯାଏନି। ଏଠାରେ ଏହି ସମୟରେ ବିଶାଳ ସାମୁଦ୍ରିକ ଜୀବ, ପେଙ୍ଗୁଇନ୍ କଲୋନୀ ଓ ଅଦଭୂତ ଗ୍ଲାସିୟର ଦେଖିବାକୁ ମିଳିଥାଏ।
ବିଶ୍ୱର ୯୦ ପ୍ରତିଶତ ବରଫ ଏଠାରେ ଜମା ହୋଇ ରହିଛି। ଏଣୁ ଏଠାରେ ଜଳ ଯୋଗାଣ ମଧ୍ୟ ସୀମିତ ହୋଇଥାଏ। ପାଣି ଆବଶ୍ୟକତା ପଡିଲେ ବରଫକୁ ତରଳାଇବାକୁ ପଡେ। ବରଫ ତରଳିବା ପରେ ଏହାକୁ ପାଇପ ସାହାଯ୍ୟରେ ବ୍ୟବହାର କରାଯାଇଥାଏ। ଏଠାରେ ଉଦ୍ୟୋଗ କି ସହର ନଥିବାରୁ ପ୍ରଦୂଷଣର ପ୍ରଶ୍ନ ହିଁ ନାହିଁ। ଏଣୁ ବର୍ଷତମାମ ଏଠାରେ ଆକାଶ ସଫା ରହୁଥିବାରୁ ବୈଜ୍ଞାନିକଙ୍କୁ୍ ଅନ୍ତରୀକ୍ଷ ଗବେଷଣା ଲାଗି ମଧ୍ୟ ସହାୟତା ମିଳିଥାଏ।
{"id":796993,"width":841,"height":631,"sizeSlug":"full","linkDestination":"none"}ଚଳିତବର୍ଷ ଗ୍ରୀଷ୍ମ ଋତୁରେ ଆଣ୍ଟାର୍କଟିକାକୁ ୧ ଲକ୍ଷରୁ ଅଧିକ ଟୁରିଷ୍ଟ ବୁଲିବାକୁ ଯିବେ। ୫୦ଟି ଜାହାଜ ସେମାନଙ୍କୁ ଆଣ୍ଟାର୍କଟିକାରେ ପହଞ୍ଚାଇବ। ୨୦୨୦-୨୧ରେ କରୋନା ଯୋଗୁ ମାତ୍ର ୧୫ ଜଣ ପର୍ଯ୍ୟଟକ ଆଣ୍ଟାର୍କଟିକା ଯାଇଥିଲେ। ତେବେ ୨୦୧୮-୧୯ରେ ଏଠାକୁ ସର୍ବାଧିକ ୫୫ ହଜାର ୪୮୯ ଜଣ ପର୍ଯ୍ୟଟକ ବୁଲି ଯାଇଥିବାର ରେକର୍ଡ ରହିଛି। ୨୦୦୭-୦୮ରେ ଆଣ୍ଟାର୍କଟିକାକୁ ୪୭ ହଜାର ୨୨୫ ଜଣ ଟୁରିଷ୍ଟ ଯାଇଥିଲେ।