scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସଜେଇ ହେଉଛି ବିଜୁ ମୈଦାନ, କଳିଙ୍ଗ ବାଲିଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ, ପଡିବ ୪୦୦ ଷ୍ଟଲ୍

5/11/2022 at 5:26 PM

ପାରାଦୀପ: ସଜେଇ ହେଉଛି ବିଜୁ ମୈଦାନ  | ଆସିଲେଣି ବ୍ୟବସାୟୀ  | ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ  | କଳିଙ୍ଗ ବାଲିଯାତ୍ରା ପାଇଁ ସମସ୍ତେ ହୋଇ ଉଠିଲେଣି ତତ୍ପର | ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା  | ଓଡ଼ିଆ ଜାତିର ନୌବାଣିଜ୍ୟ , କଳା ଓ ବୀରତ୍ୱର ଗାଥା ଗାରିମାକୁ ପ୍ରତିପାଦିତ କରୁଥିବା ପାରାଦୀପ କଳିଙ୍ଗ ବାଲିଯାତ୍ରା ପାଇଁ ଚାଲିଛି ପ୍ରସ୍ତୁତି ଜୋରଦାର  | ପ୍ରଶାସନ ଠାରୁ ବ୍ୟବସାୟୀ ସମସ୍ତେ ହୋଇ ଉଠିଛନ୍ତି ତତ୍ପର  |

କରୋନାର ଦୁଇ ବର୍ଷର କଟକଣା ପରେ ଚଳିତ ବର୍ଷ ମହାସମାରୋହରେ ପାଳିତ ହେବାକୁ ଯାଉଛି ପାରାଦୀପ କଳିଙ୍ଗ ବାଲିଯାତ୍ରା  | ସେଥିପାଇଁ ସମୁଦ୍ର କୂଳ ବିଜୁ ମୈଦାନରେ ଏବେ ଚାଲିଛି ଜୋରସୋରରେ ସାଜସଜ୍ଜା ଷ୍ଟଲ୍ ନିର୍ମାଣ ଶେଷ ପର୍ଯ୍ୟାୟରେ  | ଚଳିତ ବର୍ଷ ପ୍ରାୟ ୪୦୦ ଷ୍ଟଲ୍ ନିର୍ମାଣ କରାଯାଉଥିବା ବେଳେ ଦୂର ଦୂରାନ୍ତରୁ ଆସିଛନ୍ତି ବ୍ୟବସାୟୀ ମାନେ  |

ଆସନ୍ତା ୭ତାରିଖ ସନ୍ଧ୍ୟା ରୁ ଏହା ଅନୁଷ୍ଠାନିକ ଭାବେ ଉଦଘାଟନ ହେବାକୁ ଥିବା ବେଳେ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ ବାଲିଯାତ୍ରା  | ଚଳିତ ବର୍ଷ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇ ନଥିବା ବେଳେ ପାରାଦୀପ୍ ଓ ଏହାର ଆଖପାଖ ଲୋକ ଅପେକ୍ଷା କରି ରହିଛନ୍ତି ଏହି ବଳୀଯାତ୍ରା କୁ  | ଦିନ ରାତି ଚାଲିବ ଖିଆପିଆ ଆଉ ଘରକରଣା ଜିନିଷ ର କିଣାକିଣି  | ଯାହାକୁ ଦୃଷ୍ଟି ରେ ରଖି ପ୍ରଶାସନ ପକ୍ଷରୁ କରାଯାଉଛି ମଧ୍ୟ ବ୍ୟାପକ ବ୍ୟବସ୍ତା |

ବାଲିଯାତ୍ରାର ବିଜୁ ମୈଦାନରେ ପ୍ରତିଦିନ ବିଶିଷ୍ଠ ଅତିଥିଙ୍କ ଦ୍ଵାରା ଓଡିଆ ଜାତିର ଗୌରବ ମୟ ଇତିହାସର ହେବ ସ୍ମୃତି ଚାରଣ  | ଏହା ପରେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ରାଜ୍ୟ ତଥା ରାଜ୍ୟ ବାହାରର କଳାକାରଙ୍କ ଦ୍ଵାରା ଝୁମିବେ ଦର୍ଶକ  | ଚଳିତ ବର୍ଷ ବେଶ୍ ଉଚ୍ଚକୋଟୀର କଳାକାର ଏହି ମଂଚ ରେ ସେମାନଙ୍କର କଳା ନୈପୁଣ୍ୟ ପ୍ରଦର୍ଶନ କରିବାକୁ ଥିବାବେଳେ, ଆୟୋଜକ କମିଟି ପକ୍ଷରୁ ମଧ୍ଯ କରାଯାଇଛି ଢେର୍ ବ୍ୟବସ୍ତା  |

ପାରାଦୀପ୍ ର ଏହା ଏକ ଗଣପର୍ବ ହୋଇଥିବା ବେଳେ ଘରେ ଘରେ ଏବେ ବନ୍ଧୁ ଜ୍ଞାତି କୁଟୁମ୍ବ ଙ୍କ ଭିଡ ମଧ୍ଯ ଜମିବାକୁ ବସିଲାଣି  | ଚଳିତ ବର୍ଷ କଳିଙ୍ଗ ବାଲିଯାତ୍ରା ପାଇଁ ସମଗ୍ର୍ ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ କରୁଥିବା ବେଳେ ପ୍ରବଳ ଜନସମାଗମ ହେବାର ମଧ୍ଯ ଲକ୍ଷ୍ଯ ରଖାଯାଇଛି|

   Related Posts