ବଜେଟ୍ ୨୦୨୩ରେ ଘୋଷଣା ହୋଇପାରେ ୪୦୦ ନୂଆ ବନ୍ଦେ ଭାରତ ଟ୍ରେନ୍
26/11/2022 at 10:20 PM

ନୂଆଦିଲ୍ଲୀ: ଏଥର ବଜେଟ୍ରେ ରେଳମନ୍ତ୍ରାଳୟ ମୋଟା ଅଙ୍କର ବ୍ୟୟବରାଦ ହୋଇପାରେ। କାରଣ ବଜେଟ୍ରେ ପାଖାପାଖି ୩୦୦-୪୦୦ ନୂଆ ବନ୍ଦେ ଭାରତ ଟ୍ରେନ୍ ଘୋଷଣା ହୋଇପାରେ। ରେଳ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ମିଳିଛି।
ରେଳମନ୍ତ୍ରାଳୟର ଅଶ୍ୱିନୀ ବୈଷ୍ଣବ ଟାଇମ୍ସ ଅଫ୍ ଇଣ୍ଡିଆକୁ ସାକ୍ଷାତକାର ଦେଇ କହିଛନ୍ତି ଯେ ସ୍ଲିପର କୋଚ ସହିତ ପ୍ରଥମ ବନ୍ଦେ ଭାରତ ଟ୍ରେନ୍ ୨୦୨୪ ତ୍ରୟମାସିକରେ ଆରମ୍ଭ ହେବ। ଆସନ୍ତା ୩ ବର୍ଷରେ ୪୭୫ ବନ୍ଦେ ଭାରତ ଟ୍ରେନ୍ ଉତ୍ପାଦନ କରିବାର ଯୋଜନା ଉପରେ କାମ ଜାରି ରହିଛି ବୋଲି ମନ୍ତ୍ରୀ କହିଛନ୍ତି।
୪୦୦ ଟ୍ରେନ୍ ପୂର୍ବରୁ ୭୫ ଟ୍ରେନ୍କୁ ଅନୁମତି ମିଳିଛି। ଆସନ୍ତା ୩ ବର୍ଷରେ ଆମେ ଆମ ଟାର୍ଗେଟ୍ ପୂରା କରିପାରିବୁ ବୋଲି ମନ୍ତ୍ରୀ କହିଛନ୍ତି। ତେବେ ଦିଲ୍ଲୀ-ମୁମ୍ବାଇ, ଦିଲ୍ଲୀ-ହାଓଡ଼ାକୁ ଚାଲୁଥିବା ରାଜଧାନୀ ଓ ଦୁରୋନ୍ତ ଟ୍ରେନ୍ ବଦଳରେ ଏହି ଟ୍ରେନ୍କୁ ଚାଲିବ କି ନାହିଁ ସେହି ନିଷ୍ପତ୍ତି ଏଯାଏ ସ୍ପଷ୍ଟ ହୋଇନାହିଁ।
ତେବେ ଭାରତ କେବଳ ବନ୍ଦେ ଭାରତ ଟ୍ରେନ୍ ଦେଶରେ ବ୍ୟବହାର କରିବ ନାହିଁ ବରଂ ବିଦେଶକୁ ରପ୍ତାନୀ କରିବାର ଲକ୍ଷ ରଖିଛି। ୨୦୨୫-୨୬ ସୁଧା ୟୁରୋପ, ଦକ୍ଷିଣ ଆମେରିକା ଏ ପୂର୍ବ ଏସିଆ ଦେଶଗୁଡ଼ିକୁ ବିକ୍ରି କରିବା ବୋଲି ଯୋଜନା କରିଛି।