ନଦୀକୁ ଧସିଲା ୪ଶହ ଫୁଟର ସୁରକ୍ଷା ବନ୍ଧ, ୧୫ ପରିବାର ଛାଡିବେ ଭିଟାମାଟି

Published By : Prameya-News7 Bureau | March 24, 2023 IST

ଚାନ୍ଦବାଲି ୨୪/୦୩: ଶୀତଳପୁର ଗାଁ ନିକଟସ୍ଥ ସାଳନ୍ଦୀନଦୀ ବନ୍ଧ କାର୍ଯ୍ୟ ଚାଲୁଥିବା ବେଳେ ନଦୀକୁ ଧସିଲା ୪ଶହ ଫୁଟର ସୁରକ୍ଷା ନଦୀବନ୍ଧ । ଫଳରେ ନଦୀକୂଳରେ ଥିବା ପାଖାପାଖି ୧୫\୨୦ ପରିବାର ଏବେ ଭୟଭିତ ହୋଇପଡିଛନ୍ତି । ତାହାସହ ନଦୀକୂଳରେ ଥିବା ୫ଟି ଘର ବାସଗୃହ ସମେତ ଗୁହାଳଘର ଏବେ ନଦୀକୁ ଚାଲିଯାଇଛି ।

ଅନେକଙ୍କ ଘରେ ଫାଟ ସୃଷ୍ଟି ହୋଇଥିବାରୁ ୧୦ଟି ପରିବାର ଘରଛାଡି ଅନ୍ୟତ୍ର ଆଶ୍ରୟ ନେଇଛନ୍ତି । ନଦୀ ଜୁଆରିଆ ରହୁଥିବାରୁ ଭରାପାଣି ଓ କୁମ୍ଭୀର ଭୟ ଦେଖା ଦେଇଛି । ଗତକିଛି ବର୍ଷ ହେବ ସାଳନ୍ଦୀ ନଦୀ ତାର ଗତିପଥ ବଦଳାଇ ଗାଁ ମୁହାଁ ହୋଇଥିବାରୁ ଗାଁ ରାସ୍ତା ସହ ଅନେକ ଘର ଶହଶହ ବର୍ଷର ବଡବଡଗଛ ନଦୀରେ ଲିନ୍ନ ହୋଇଯାଇଥିଲା ।

ଏହାର ସ୍ଥାୟୀ ମରାମତି ପାଇଁ ଏବେ ଜଳସେଚନ ବିଭାଗ ପକ୍ଷରୁ କାର୍ଯ୍ୟ ଚାଲୁଥିବା ବେଳେ ପୁଣି ନଦୀବନ୍ଧ ନଦୀକୁ ଧସି ଯାଇଥିବାରୁ ଗାଁ ଲୋକ ଭୟଭିତ ହୋଇପଡିଛନ୍ତି। ଗତକାଲି କାର୍ଯ୍ୟରତ ୩ଟି ଟ୍ରାକ୍ଟର ନଦୀକୁ ଗଳି ପଡିଥିବା ବେଳେ ଆଜି ଗାଁର ମୁଖ୍ୟ ରାସ୍ତା ଓ ୩ଘର ନଦୀକୁ ଢଳି ପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.