୪୦ ବର୍ଷ ଇତିହାସର ଘଟିବ ପୁନରାବୃତ୍ତି, ରୋହିତ ଏବଂ ଯଶସ୍ଵୀ କରିବେ ରେକର୍ଡ

Published By : Prameya-News7 Bureau | July 12, 2023 IST

ନୂଆଦିଲ୍ଲୀ: ଭାରତ ଏବଂ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଆଜିଠୁ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଖେଳାଯିବ। ପ୍ରଥମ ଟେଷ୍ଟ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୭ଟା ୩୦ରୁ ଆରମ୍ଭ ହେବ। ମ୍ୟାଚ୍‌ରେ ଭାରତୀୟ ଦଳ ନୂତନ ଓପନିଂ ଯୋଡ଼ି ସହ ନଜର ଆସିବ। ଆଉ ଏହି ଓପନିଂ ଯୋଡ଼ି ଇତିହାସ ଦୋହରାଇବାକୁ ଯାଉଛନ୍ତି। ୪୦ ବର୍ଷ ପରେ ଟେଷ୍ଟ କ୍ରିକେଟ୍‌ରେ ଏମିତି ହେବ, ଯେଉଁଠି ମୁମ୍ବାଇ ସହରର ଦୁଇ ଖେଳାଳି ଟେଷ୍ଟ ମ୍ୟାଚ୍‌ରେ ଓପନିଂ କରିବେ।

wp:heading {"level":4}

ଅଧିକ ପଢନ୍ତୁ- ‘ପୂଜାରାଙ୍କୁ ଯେଉଁ ଭଳି ଦଳକୁ ବାହାର କରାଗଲା, ଏହା ଦେଖି ମୁଁ ବହୁତ ଦୁଃଖିତ’

/wp:heading

ରୋହିତ ଶର୍ମା ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ଯେ, ତାଙ୍କ ସହ ଯଶସ୍ଵୀ ଜୟସଓ୍ଵାଲ ଓପନିଂ କରିବେ ଏବଂ ଶୁଭମନ ଗିଲ୍ ନମ୍ବର ୩ରେ ବ୍ୟାଟିଂ କରିବେ। ଗିଲ୍ ନିଜେ ନମ୍ବର ୩ରେ ବ୍ୟାଟିଂ କରିବାକୁ ଚାହୁଁଥିଲେ। ଏମିତିରେ ଆଉ ଏକ ରେକର୍ଡ ୪୦ ବର୍ଷ ପରେ ହେବାକୁ ଯାଉଛି। ୧୯୮୩ରେ ମୁମ୍ବାଇ ସହରର ଦୁଇ ବ୍ୟାଟର ଭାରତୀୟ ଟେଷ୍ଟ ଦଳ ପକ୍ଷରୁ ଓପନିଂ କରିଥିଲେ।

Rohit Sharma, Yashasvi Jaiswal arrive in West Indies; Virat Kohli to land  next week - Crictoday
crictoday.com

ରୋହିତ ଏବଂ ଯଶସ୍ଵୀ ଉଭୟ ମୁମ୍ବାଇ ପାଇଁ ଘରୋଇ କ୍ରିକେଟ୍‌ ଖେଳିଛନ୍ତି। ୧୯୮୩ରେ କରାଚି ଟେଷ୍ଟରେ ଭାରତ ପାଇଁ ଶେଷ ଥର ମୁମ୍ବାଇର ଦୁଇ ବ୍ୟାଟର ଓପନିଂ କରିଥିଲେ। ଦୁଇ ବ୍ୟାଟର ହେଉଛନ୍ତି ସୁନୀଲ ଗାଭାସ୍କର ଏବଂ ରବି ଶାସ୍ତ୍ରୀ। ଏହା ପୂର୍ବରୁ ୧୯୮୨ରେ ରବି ଶାସ୍ତ୍ରୀ ଏବଂ ସୁରୁ ନାୟକ ଇଂଲଣ୍ଡ ବିପକ୍ଷରେ ଓଭାଲରେ ଓପନିଂ କରିଥିଲେ।

wp:heading {"level":4}

ଅଧିକ ପଢନ୍ତୁ- ୧୦୦ ଟେଷ୍ଟ ପରେ ସ୍ମିଥଙ୍କ ସଚିନ, ଲାରା ସହ ତୁଳନା, ମୁହଁତୋଡ଼ ଜବାବ ଦେଲେ ଗିବ୍ସ

/wp:heading

ସୂଚନାଯୋଗ୍ୟ, ଯଶସ୍ଵୀ ଜସୟଓ୍ଵାଲ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଜି ପଦାର୍ପଣ କରିବାକୁ ଯାଉଛନ୍ତି। ତାଙ୍କୁ ଯେତେବେଳେ ଦଳରେ ଚୟନ କରାଯାଇଥିଲା ତାଙ୍କର ଚୂଡାନ୍ତ ଏକାଦଶରେ ସାମିଲ୍ କରାଯିବା ନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା। ହେଲେ ଗତକାଲି ଅଧିନାୟକ ରୋହିତ ଶର୍ମା ଜୟସଓ୍ଵାଲଙ୍କ ଅନ୍ତର୍ଜାତୀୟ ପଦାର୍ପଣ ସ୍ପଷ୍ଟ କରିଥିଲେ। ଏଥିସହ ଯଶସ୍ଵୀ ଜୟସଓ୍ଵାଲ୍ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ରେ ନଜର ଆସିବେ। ତାଙ୍କୁ ପ୍ରଥମ ଥର ଟି-୨୦ ଦଳରେ ସାମିଲ୍ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.