ଟ୍ରଲି ଚାଳକଙ୍କୁ ବି ଛାଡିଲେନି, ୪୦ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

Published By : Prameya-News7 Bureau | December 14, 2020 IST

ଢେଙ୍କାନାଳ ୧୪।୧୨: ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରତିଦିନ ଚୋର ଡକାୟତମାନଙ୍କର ପ୍ରାଦୁର୍ଭାବ ବଢିବାରେ ଲାଗିଛି । ଏମାନଙ୍କୁ ଦମନ କରିବା ପାଇଁ ଭୁବନ ଏନଏସିର ବିଭିନ୍ନ ସ୍ଥାନରେ ସିସି କ୍ୟାମେରା ଲଗାଯାଇଛି । ତଥାପି ମାନୁନାହାନ୍ତି ଲୁଟେରା ।

{"id":377328,"sizeSlug":"large","linkDestination":"none"}

ସୋମବାର ଜଣେ ଟ୍ରଲି ଚାଳକ ମଧ୍ୟ ଏହି ଲୁଟେରାଙ୍କ ଶିକାର ହୋଇଛନ୍ତି । ତାଙ୍କର ଚାଳିଶି ହଜାର ଟଙ୍କା ଲୁଟି ନେଇଛନ୍ତି ଲୁଟେରା । କୈଳାଶ ଦାସ ନାମକ ଏହି ଟ୍ରଲି ଚାଳକ ବକେୟା ପୈଠ କରିବାକୁ ସୋମବାର ଷ୍ଟେଟବ୍ୟାଙ୍କରୁ ୨୦ ହଜାର ଓ କାନରା ବ୍ୟାଙ୍କରୁ ୨୦ ହଜାର ଏପରି ୪୦ହଜାର ଟଙ୍କା ଉଠାଇଥିଲେ । ପରେ ଭୁବନ ବଜାରର ଓ୍ବାର୍ଡ-୭ରେ ସାଇକେଲ ଠିଆକରି ଏକ ଦୋକାନରୁ ବକେୟା ଟଙ୍କା ସମ୍ପର୍କରେ କଥା ହେଉଥିବା ବେଳେ କେହି ଦୁର୍ବୃତ୍ତ ସେ ଟଙ୍କା ରଖିଥିବା ବ୍ୟାଗକୁ ଧରି ଚମ୍ପଟ ମାରିଥିଲା । ସେହି ବ୍ୟାଗରେ ମୋଟ୍ ୪୦ ହଜାର ଟଙ୍କା ରହିଥିଲା ବୋଲି ଜଣାପଡିଛି । ଏ ସମ୍ପର୍କରେ ଭୁବନ ଥାନାରେ କୈଳାଶ ଅଭିଯୋଗ ପରେ ଘଟଣାସ୍ଥଳରେ ଭୁବନ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ତେବେ ଜଣେ ଟ୍ରଲି ଚାଳକଙ୍କ ଠାରୁ ଏତେ ପରିମାଣରେ ଟଙ୍କା ଲୁଟ୍ ହେବ ପରେ ତାଙ୍କ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.