ଦେଶକୁ ମୌସୁମୀ ଆଗମନ ପରେ ବି କମୁନି ମରୁଡି ପ୍ରଭାବ, ଦେଶର ୪୦ ପ୍ରତିଶତ ଅଞ୍ଚଳରେ ମିଳୁନି ପିଇବା ପାଣି

Published By : Prameya-News7 Bureau | June 10, 2019 IST

ମୁମ୍ବାଇ ୧୦।୬ : ପରିବର୍ତ୍ତିତ ପାଣିପାଗ ସାରା ବିଶ୍ବରେ ଜଳ ସଙ୍କଟ ସୃଷ୍ଟି କରିଛି। ଏଥିରୁ ଭାରତ ବି ବାଦ ପଡିନି। ଦେଶର ବିସ୍ତୃତ ଅଞ୍ଚଳ ଏବେ ପିଇବା ଓ ଜଳସେଚନ ପାଇଁ ଜଳାଭାବର ସମ୍ମୁଖୀନ ହୋଇଛି। ପ୍ରତିବର୍ଷ ଦେଶରେ ମରୁଡି ପ୍ରଭାବିତ ଅଞ୍ଚଳ ହାର ବଢିବାରେ ଲାଗିଛି। ଚଳିତବର୍ଷ ମୌସୁମୀ ଆଗମନ ପରେ ବି ଦେଶର ୪୦ ପ୍ରତିଶତ ଅଞ୍ଚଳରେ ମରୁଡି ଯୋଗୁ ପାଣିପାଇଁ ହାହାକାର ପଡିଛି।

{"id":121773}

ଦେଶର ସବୁଠୁ ଅଧିକ ମରୁଡି ପ୍ରବଣ ରାଜ୍ୟ ହେଉଛନ୍ତି ତେଲେଙ୍ଗାନା, ମହାରାଷ୍ଟ୍ର,ଆନ୍ଧ୍ରପ୍ରଦେଶ, ଗୁଜରାଟ, ରାଜସ୍ଥାନ ଓ କର୍ଣ୍ଣାଟକ । ଏହା ବ୍ୟତୀତ ଦେଶର ଦୁଇ ରାଜଧାନୀ ଦିଲ୍ଲୀ ଓ ମୁମ୍ବାଇରେ ମଧ୍ୟ ଜଳସଂକଟ ଗୁରୁତର ରୂପଧାରଣ କରିଛି। ସହରାଞ୍ଚଳରେ ପାନୀୟ ଜଳର ଅଭାବ ଦେଶର ଜଳକଷ୍ଟକୁ ବହୁଗୁଣିତ କରିଛି। ଏକ ରିପୋର୍ଟ ଅନୁସାରେ ବିଶ୍ବର ପ୍ରାୟ ୪ଶହ କୋଟି ଲୋକଙ୍କୁ ସ୍ବଚ୍ଛ ପାନୀୟଜଳ ମିଳୁନାହିଁ। ଏହି ଲୋକଙ୍କ ମଧ୍ୟରେ ଭାରତୀୟଙ୍କ ହାର ପ୍ରାୟ ୨୫ ପ୍ରତିଶତ ବୋଲି ୱାଟର ଏଡ ସଂସ୍ଥା କହିଛନ୍ତି।

{"id":121774}

ସଂସ୍ଥାର ଆକଳନ ଅନୁସାରେ ବିଶ୍ବର ମୋଟ ଭୂତଳ ଜଳର ୨୬ ପ୍ରତିଶତ କେବଳ ଭାରତୀୟ ବ୍ୟବହାର କରୁଛନ୍ତି। ପ୍ରତିବର୍ଷ ମୌସୁମୀ ଆଗମନ ପରେ ଦେଶରେ ୧,୧୭୦ ମିଲିମିଟର ବର୍ଷା ହେଉଥିଲେ ହେଁ ଏହାର ମାତ୍ର  ୬ ପ୍ରତିଶତ ଉପଯୋଗ ହୋଇପାରୁଛି। ବାକି ବର୍ଷା ଜଳ ନଦୀନାଳରେପ୍ରବାହୀତ ହୋଇ ସମୁଦ୍ରକୁ ଚାଲିଯାଉଛି। ତେବେ ଭାରତ ଯଦି ଭୂତଳ ଜଳ ସଂରକ୍ଷଣ ପାଇଁ ଗୁରୁତ୍ବ ନ ଦିଏ ତେବେ ଆଗାମୀ ଦିନରେ ଦେଶକୁ ଗୁରୁତର ଜଳ ସଂକଟର ସମ୍ମୁଖୀନ ହେବାକୁ ପଡିବ ବୋଲି ବିଶ୍ବ ସ୍ବାସ୍ଥ୍ୟସଙ୍ଗଠନ ଆଗୁଆ ସତର୍କ କରାଇଦେଇଛନ୍ତି।

{"id":121775}

କେନ୍ଦ୍ରୀୟ ବୂ-ଗର୍ଭ ଜଳ ବୋର୍ଡ ଦ୍ବାରାକରାଯାଇଥିବା ଆକଳନରେ ଭାରତ ଆବଶ୍ୟକତା ଠାରୁ ଅଧିକ ୭୦ ପ୍ରତିଶତ ଭୂତଳ ଜଳର ବ୍ୟବହାର ହେଉଛି।  ଯଦି ଦେଶରେ ଏଭଳି ଜଳର ଅପଚୟ ଜାରି ରହେ ତେବେ ୨୦୫୦ ମସିହା ବେଳକୁ ଲୋକଙ୍କ ପାନୀୟ ଆବଶ୍ୟକତା ପୂରଣ କରିବାକୁ ଭୂତଳ ଜଳ ମଧ୍ୟ ନଥିବ ବୋଲି ଜଳ ବୋର୍ଡ ସତର୍କ କରାଇଛନ୍ତି। ରାଜଧାନୀ ଦିଲ୍ଲୀର ୭୫ ପ୍ରତିଶତ ଭୂତଳ ଜଳ ପାନୀୟ ଉପଯୋଗୀ ନୁହେଁ। ପ୍ରଦୂଷଣ ଯୋଗୁ ଦିଲ୍ଲୀଏନସିଆରର ଭୂତଳ ଜଳରେ ବିପଦଜନକ ରସାୟନିକ ଥିବା ଜଣାପଡିଛି। ସେହିପରି ପଶ୍ଚିମ ଓ ଉତ୍ତର ଦିଲ୍ଲୀର ଭୂତଳ ଜଳରେ ଲବଣାଂସ ବଢୁଥିବା ଏକସର୍ଭେକ୍ଷଣରୁ ଜଣାପଡିଛି। ଏଣୁ ଭାରତ ଗୁରୁତର ଜଳ ସଂକଟ ଆଡକୁ ମୁହାଁଉଥିବାର ସୂଚନାମିଳିସାରିଲାଣି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.