ବଦ୍ରିନାଥରେ ଫସି ରହିଛନ୍ତି ୪୦ ଓଡିଆ ତୀର୍ଥଯାତ୍ରୀ

Published By : Prameya-News7 Bureau | November 04, 2018 IST

ଭଞ୍ଜନଗର ୪/୧୧ : ଗତ ଗୁରୁବାର ଦିନଠାରୁ ଜାମ୍ମୁ କାଶ୍ମୀରରେ ପ୍ରବଳ ତୁଷାରପାତ ଲାଗିରହିଛି | ପୁରା କାଶ୍ମୀର ଧଳା ଚାଦରରେ ଘୋଡେଇ ହୋଇ ରହିଛି | ଏହି ସମୟରେ କିଛି ଓଡ଼ିଆ ଯାତ୍ରୀ ଯାଇଥିଲେ ବଦ୍ରିନାଥ ତୀର୍ଥ କରିବାକୁ | ଗତ ୨୬ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ୪୦ ଜଣ ତୀର୍ଥଯାତ୍ରୀ ବଦ୍ରିନାଥ ଯାଇଥିଲେ | ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ଦର୍ଶନ ସାରି ଫେରୁଥିବା ବେଳେ ପ୍ରବଳ ତୁଷାରପାତ ହୋଇଥିଲା। ପ୍ରବଳ ତୁଷାରପାତ ଯୋଗୁଁ ଗତକାଲି ଦିନ ୨ଟାରୁଏହି ୪୦ଜଣ ଓଡ଼ିଆ ଯାତ୍ରୀ ବଦ୍ରିନାଥରେ ଫସି ରହିଛନ୍ତି | ତୀର୍ଥଯାତ୍ରୀଙ୍କୁ ଉଦ୍ଧାର ପାଇଁ ପରିବାର ଲୋକେ ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ଗତ ଗୁରୁବାରଠାରୁ ସେଠାରେ ତୁଷାରପାତ ସହିତ ବର୍ଷା ମଧ୍ୟ ଲାଗିରହିଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.