ଚୋରା ଚାଲାଣ କରୁଥିଲେ, ଧରିଲା ପୋଲିସ୍ ; ୪୦ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଜବତ

Published By : Prameya-News7 Bureau | September 25, 2022 IST

ବାଲିପାଟଣା ୨୫।୯: ୪୦ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଜବତ । ବାଲିଅନ୍ତା ପୋଲିସ ଏବଂ ସ୍ପେଶାଲ ସ୍କ୍ୱାର୍ଡ଼ ବାଲିଅନ୍ତା ଛକ ନିକଟ ମହାତ୍ମା ସେତୁ ନିକଟରୁ ୩ ଜଣ କୁଖ୍ୟାତ ବ୍ରାଉନ୍ ସୁଗାର ବେପାରୀଙ୍କୁ କାବୁ କରିଛି । ସେମାନଙ୍କ ନିକଟରୁ ୪୦୦ ଗ୍ରାମ ବ୍ରାଉନ୍ ସୁଗାର ଜବତ ହୋଇଛି । ଯାହାର ମୂଲ୍ୟ ପାଖାପାଖି ୪୦ଲକ୍ଷ ଟଙ୍କା।

୩ ବ୍ରାଉନ୍ ସୁଗାର ବେପାରୀ ହେଉଛନ୍ତି ଜଳେଶ୍ଵର ରାଜପୁରର ସେଖ୍ ମୁନା , ଅଫତାର ହୁସେନ୍ ଏବଂ ଇସମାଇଲ୍ ଖାଁନ୍ । ଶନିବାର ଅପରାହ୍ନରେ  ତିନି ଅଭିଯୁକ୍ତ ଏକ ସ୍କୁଟରରେ ଜଳେଶ୍ଵରରୁ ବ୍ରାଉନ୍ ସୁଗାର ଆଣି ଭୁବନେଶ୍ଵର ଏବଂ ଖୋର୍ଦ୍ଧାରେ ବିକ୍ରି କରନ୍ତି । ବିଶେଷ ସୂତ୍ରରୁ ଖବର ପାଇ ବାଲିଅନ୍ତା ପୋଲିସ ଏବଂ  ସ୍ପେଶାଲ୍ ସ୍କାର୍ଡ ଏମାନଙ୍କୁ ପିଛା କରି ବାଲିଅନ୍ତା ମହାତ୍ମା ସେତୁ ଉପରେ ଧରିଥିଲା ।

ବ୍ରାଉନ୍ ସୁଗାର ସହ TVS ସ୍କୁଟର, ୨ଟି ମୋବାଇଲ ଏବଂ ୫୦୦ ଟଙ୍କା ମଧ୍ୟ ଜବତ କରିଛି ପୋଲିସ୍ । ତିନି ଅଭିଯୁକ୍ତମାନେ ପୂର୍ବରୁ ବ୍ରାଉନସୁଗାର କାରବାରରେ ଲିପ୍ତ ଥିବା ବେଳେ ଏମାନଙ୍କ ନାମରେ ପୂର୍ବରୁ କେସ୍ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.